ଅପରାଧ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ Angul OnlineNovember 18, 2022November 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କଲା ଯୁବକ । ଆଉ ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ କଣିହାଁ ଥାନା କଣ୍ଟାପାଳ ଗାଁର ୨୩ ବର୍ଷୀୟ ଦିନେଶ କୁମାର ଦାସ ଅନୁଗୁଳରେ ରହି କମ୍ପୁଟର କୋଚିଂ ନେଉଥିଲେ । ସେ ଯେଉଁ ଅନୁଷ୍ଠାନରେ କୋଚିଂ ନେଉଥିଲେ ସେଠାରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ଯୁବତୀ ମଧ୍ୟ କୋଚିଂ ନେଉଥିଲେ । ଉକ୍ତ ଯୁବତୀଙ୍କୁ ଦିନେଶ ପ୍ରେମ ନିବେଦନ କରିଥଲା । ଯୁବତୀ ଜଣଙ୍କ ଏଥିରେ ଅମଙ୍ଗ ହେବା ପରେ ଦିନେଶ ଯୁବତୀଙ୍କ ସହ ବନ୍ଧୁତ୍ୱ ବଢାଇବାକୁ ଚେଷ୍ଟା କରିଥିଲା । ଆଉ ପରେ ଏଥିରେ ସଫଳ ମଧ୍ୟ ହୋଇଥିଲା । ବନ୍ଧୁତ୍ୱ ସ୍ଥାପନ ପରେ ସେ ଚତୁରତାର ସହ ଯୁବତୀଙ୍କ ଅଶ୍ଳୀଳ ଫଟୋ ନେଇ ଯାଇଥିଲା । ଆଉ ପରେ ତାକୁ ଦେଖାଇ ଯୁବତୀଙ୍କୁ ପୁଣି ପ୍ରେମ ନିବେଦନ କରିଥିଲା । ତେବେ ଏହା ସତ୍ୱେ ମଧ୍ୟ ଯୁବତୀ ଜଣଙ୍କ ଅମଙ୍ଗ ହେବାରୁ ଦିନେଶ , ଯୁବତୀଙ୍କ ମାଇଁ ପାଖକୁ ଅଶ୍ଳୀଳ ଫଟୋ ପଠାଇଥିଲା । ଏହା ଜଣା ପଡିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ଫଟୋ ଡିଲିଟ କରାଇ ଦିଆ ଯାଇଥିଲା । ତେବେ ଏହାର କିଛିଦିନ ପରେ ଏକ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରେ ଉକ୍ତ ଫଟୋ ଗୁଡିକ ଛଡା ଯାଇଥିଲା । ଏହା ଜାଣି ଯୁବତୀ ଜଣଙ୍କ ପରିବାର ଲୋକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆଇଟି ଆକ୍ଟରେ ମାମଲା ରୁଜୁ କରିବା ସହ ଦିନେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣା – ମୁଖ୍ୟ ଅଭିଯୁକ୍ତ ଗିରଫ ଅନୁଗୋଳ – ଅନୁଗୋଳ ସହରର ହୁଲୁରିସିଂହା ବହୁଚର୍ଚ୍ଚିତ ପ୍ରକାଶ ବେହେରା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହୁଲୁରିସିଂହା ଘାସିସାହିର…
ବୃଦ୍ଧଙ୍କୁ ଠେଙ୍ଗା ରେ ପିଟି ପିଟି ହତ୍ୟା ଅଭିଯୋଗ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗାଁରେ ଜଣେ ବୃଦ୍ଧଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି…
ଦଶ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଅନୁଗୁଳ – ନାବାଳିକାଙ୍କ ଉଲଗ୍ନ ମୃତଦେହ ଭାସୁଛି ନାଳରେ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଘଟଣା ଅନୁଗୁଳ…