ମୁଖ୍ୟ ଖବର ନିଆଁରେ ପୋଡି ହୋଇ ଦମ୍ପତିଙ୍କ ମୃତ୍ୟୁ Angul OnlineNovember 12, 2021November 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବାରସିଂହା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଦମ୍ପତିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବଡମ୍ବା ନୂଆଁପାଟଣା ଗାଁର ବିବି ସାହୁ , ତାଙ୍କ ସ୍ତ୍ରୀ ଓ ୨ ଶିଶୁ କନ୍ୟା ଗତ କିଛି ବର୍ଷ ବାରସିଂହା ଗାଁରେ ସୁନା ଗହଣା କାମ କରିବା ସହ ଘର କରି ରହୁଥିଲେ । ତେବେ ଗତ ୪ ତାରିଖ ରାତିରେ ଦୀପାବଳି ସାରି ସକାଳୁ ବିଳମ୍ବରେ ଉଠି ନିତ୍ୟକର୍ମ ଆରମ୍ଭ କରିବା ବେଳେ କଣ ଅଘଟଣ ଘଟିଲା କେଜାଣି ସକାଳ ପ୍ରାୟ ୮ ଟା ସମୟରେ ବିବି ସାହୁ ଓ ତାଙ୍କ ପତ୍ନୀଙ୍କ ଦେହରେ ନିଆଁ ଲାଗି ଯିବାରୁ ଗୁରୁତର ହୋଇ ଯାଇଥିଲେ । ସାଇପଡିଶା ଉଭଯଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ତେବେ ଉଭୟଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରେ କଟକ ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ତେବେ ଆଜି ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କ ମର ଶରୀରକୁ ବଡମ୍ବା ନୂଆପାଟଣା ସ୍ଥିତ ତାଙ୍କ ପୈତୃକ ଗ୍ରାମକୁ ନିଆଯାଇ ଶେଷକୃତ୍ୟ କରା ଯାଇଛି । Advertisement
ଦୁଇ ଛୁଆଙ୍କୁ ବିଷ ପିଆଇଦେଲା ବାପା ଅନୁଗୁଳ – ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା । ଗୁରୁତର ଅବସ୍ଥାରେ ଦୁଇ ନବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ…
ଗାଁ ମୁଣ୍ଡରେ ହାତୀପଲଙ୍କୁ ଜଗିବେ ମହୁମାଛି ଭୁବନେଶ୍ବର – ହାତୀ-ମଣିଷ ଲଢ଼େଇରେ ଅଙ୍କୁଶ ଲଗାଇବା ପାଇଁ ନୂଆଁ ଯୋଜନା ଆରମ୍ଭ ହେବ । ହାତୀ ଗାଁମୁହାଁ ହେଲେ ସେମାନଙ୍କ ବାଟ ଓଗାଳିବେ ମହୁମାଛି ।…
ତାଳଚେର ସାର କାରଖାନା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଲେ ପରିଚାଳନା ନିର୍ଦେଶକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିଛି । ସୂଚନା ଅନୁସାରେ ତାଳଚେର…