ଆଞ୍ଚଳିକ ୧୩ ଫୁଟର ଅଜଗର ଉଦ୍ଧାର Angul OnlineNovember 13, 2022November 13, 2022 ଅନୁଗୁଳ – ସ୍ନେକ ହେଲପ ଲାଇନ ଦ୍ୱାରା ୧୩ ଫୁଟର ଅଜଗର ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଶଙ୍ଖପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ବିଶାଳ ଅଜଗର । ସ୍ଥାନୀୟ ଲୋକେ ସନ୍ଧ୍ୟା ସମୟରେ ଶଙ୍ଖପୁର ଅଞ୍ଚଳରେ ଥିବା ଏକ ପେଟ୍ରୋଲ ଟାଙ୍କି ନିକଟରେ ଏକ ବିରାଟକାୟ ସାପ ଦେଖି ଭୟଭୀତ ହୋଇଯାଇଥିଲା । ଏହାପରେ ସେମାନେ ସ୍ଥାନୀୟ ଅଞ୍ଚଳର ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତି ଓ ସୁଶାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଏକ ବିରାଟକାୟ ୧୩ଫୁଟ ଲମ୍ବର ଅଜଗର ସାପ ଚିହ୍ନଟ କରିଥିଲେ । ୧୫ ମିନିଟର ପରିଶ୍ରମ ପରେ ସାପଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ବିରାଟକାୟ ଅଜଗରକୁ ବନ୍ତଳା ଫରେଷ୍ଟ ରେଞ୍ଜର ମାଧବ ଚନ୍ଦ୍ର ନାୟକଙ୍କ ସହାୟତାରେ ପମ୍ପାସର ଜଙ୍ଗଲ ନିକଟରେ ତା’ର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା । ସ୍ନେକ ହେଲପ ଲାଇନର ସଦସ୍ୟ ବାବା ଅମରଜ୍ୟୋତିଙ୍କ କହିବା ଅନୁଯାଇ, ଯଦିଓ ଅଜଗର ଏକ ବିଷହୀନ ସାପ କିନ୍ତୁ ଏକ ୧୩ ଫୁଟ ଲମ୍ବା ଅଜଗର ଗୋଟିଏ ମଣିଷକୁ ମାରିବାର କ୍ଷମତା ରଖେ । ମଣିଷ ଦେହରେ ଗୁଡେ଼ଇ ହୋଇ ସ୍ୱାଶରୁଦ୍ଧ କରି ଯଦିଓ ଏହାକୁ ମାରିଦେଇ ପାରିବ, ହେଲେ ଭାରତରେ ଏହି ଭାରତୀୟ ଅଜଗର ସାପ ମଣିଷକୁ ମାରିବା କି ଗିଳିବାର ନଜର ନାହିଁ । Advertisement
ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ପ୍ରଦାନ କଲେ ତାଳଚେର ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ପରୀକ୍ଷଣ ଉପକରଣ ଯୋଗାଇଲେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ । ତାଳଚେର ବିଧାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ…
କୂଅ ଭିତରୁ ମିଳିଲା ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ଘର ଖିଣ୍ଡା ଗ୍ରାମରେ…
ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି(ମଙ୍ଗଳବାର) ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୩ ରୁ ୪…