ଆଞ୍ଚଳିକ ପଣସ ଖାଇବାକୁ ଆସି ହାତୀ ମୃତ Angul OnlineJune 15, 2021June 15, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜର ଜଗନ୍ନାଥପୁର ଗ୍ରାମ ଆମ୍ବ ତୋଟାରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୧୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି । ପ୍ରକାଶ ଯେ ଆମ୍ବ ବଗିଚା ପାଇଁ ସୋଲାର କରେଣ୍ଟ ଦ୍ୱାରା ତାର ବାଡ ଦିଆ ଯାଇଥାଏ । ଗତକାଲି ରାତିରେ ହାତୀ ସେହି ପାଖରେ ଥିବା ପଣସ ଖାଇ ଯିବା ସମୟରେ ତାର ବାଡ ସମ୍ପର୍ଶରେ ଆସିଥିଲା । ଆଉ ବିଦ୍ୟୁତ ଆଘାତ ଲାଗି ସେଠାରେ ହିଁ ହାତୀଟି ମୃତ୍ୟୁ ମୁଖରେ ପଡିଥିଲା । ସ୍ଥାନୀୟ ଲୋକ ମୃତ ହାତୀ ଦେଖି ବନ ବିଭାଗକୁ ସୂଚନା ଦେଇ ଥିଲେ । ତେବେ ସୋଲାର ତାରରେ ଏତେ ଶକ୍ତ ବିଦ୍ୟୁତ କିଭଳି ଆସିଲା ତାହା ସନ୍ଦେହ ସୃଷ୍ଟି ହୋଇଛି । ବନ ବିଭାଗ ଏ ନେଇ ମଧ୍ୟ ତଦନ୍ତ କରୁଛି । Advertisement
ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଖରାର ପ୍ରକୋପ ବେଶ ରହିଛି । ଆଜି ଦିନରେ ଜିଲ୍ଲା ସଦର ମହକୁମାର ତାପମାତ୍ରା ୪୫ ଡିଗ୍ରୀ ପାର ହୋଇଥିଲା ।…
ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ୱାର୍କିଂଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ନୂତନ କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ କଲୋନୀ…
ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର ପାଲଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଏକ ଦନ୍ତାହାତୀ ର ଗଳିତ ମୃତଦେହ ଠାବ ହୋଇଛି…