ମୁଖ୍ୟ ଖବର ବାପା-ମା ହାରିଗଲେ କରୋନା ଯୁଦ୍ଧରେ – ଜିତି ଗଲା ରାନୀ Angul OnlineJune 15, 2021June 15, 2021 ଅନୁଗୁଳ – ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ ଆଶ୍ରୟ ନେଇଥିବା ବେଳେ ଅଜା, ଆଇଙ୍କ ସହ ମାମୁଁଘର ଲୋକେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଛନ୍ତି । ଶେଷରେ ନିଜର ମାଉସୀ ଶେଷ ଭରଷା ହୋଇଛନ୍ତି ଏହି କୁନି ଝିଅର । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କୁକୁଡ଼ାଙ୍ଗ ଗାଁରୁ ଆସିଛି ଏଭଳି ଖବର । ମଳୟ ବସନ୍ତ ଦେହୁରୀଙ୍କ ପରିବାରର ସମସ୍ତେ ଚାଲିଯିବା ପରେ ଏବେ ରାହା ଖୋଜୁଛି ତାଙ୍କ ୧୪ ମାସର ଝିଅ ରାନୀ । ମଳୟ ନାଲକୋ ସେଲଟର ପ୍ଲାଣ୍ଟରେ ଅପରେଟର ଭାବେ କାମ କରୁଥିଲେ । ପ୍ରଥମେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କ ସ୍ତ୍ରୀ ସୌଦାମିନୀ ଓ ମା ମାଳତୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏପରିକି ରାନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲା । ହେଲେ ଏହି କରୋନା ଯୁଦ୍ଧରେ ବିଜୟୀ ହୋଇଥିଲା ରାନୀ । ପ୍ରଥମେ ମା ସୌଦାମିନୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ୭ଦିନ ପରେ ଗୋଟିଏ ଦିନରେ ମଳୟ ଓ ତାଙ୍କ ମା ମାଳତୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏବେ ରାନୀ ମାମୁଁ ଘର ଅଜାଙ୍କ ପାଖରେ । ହେଲେ ଏତିକିରେ ରାନୀଙ୍କ କରୋନା ଯୁଦ୍ଧ ସଋ ନଥିଲା । ସଋ ନଥିଲା ଦୁଃଖ । ମାମୁଁ ଘର ଆଇ ଓ ଅଜାଙ୍କୁ ମଧ୍ୟ କରୋନା ସଂକ୍ରମିତ ହୋଇଛି । ଆଇ ମେଡିକାଲରେ ଏବଂ ଅଜା ହୋମ ଆଇସୋଲେସନରେ ଥିବାବେଳେ ଏବେ ତାଙ୍କ ମାଉସୀ ରାନୀଙ୍କୁ ଲାଳନ ପାଳନ କରୁଛନ୍ତି । ଏବେ ରାନୀଙ୍କ ପରିବାର କହିଲେ କେହିନାହିଁ । ପୂର୍ବରୁ ଜେଜେବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ପରିବାରର ସମସ୍ତଙ୍କୁ ନେଇଗଲା କରୋନା ମହାମାରୀ । ଜୀବନର ରାହା ଖୋଜୁଛନ୍ତି ଏହି ୧୪ ମାସର ଝିଅ ରାନୀ । Advertisement
ନକଲି ମଦ କାରଖାନା ଠାବ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଜିଲ୍ଲା ସଦର ମହକୁମା ଉପକଣ୍ଠ ରେ ଚାଲିଥିବା ଏକ ନକଲି ମଦ ଫ୍ୟାକ୍ଟେରି…
ଟ୍ରେନରେ କଟି ବୃଦ୍ଧା ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ବଲାଙ୍ଗି ଲେବୁଲକ୍ରସିଂ ନିକଟରେ ଆଜି ସକାଳେ ବଲାଙ୍ଗି ଗାଁ ପୁରୁଣାସାହିର କୌଶଲ୍ୟା ଭୋଇ ନାମକ ଜଣେ…
ହରିଣ ଧକ୍କାରେ ମହିଳା ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ଗାଁର ତିନି ଜଣ ମୋଟରସାଇକେଲରେ ଦେବଗଡ଼ ଜିଲ୍ଲା ରେଙ୍ଗାଳିପାଲି ଗାଁକୁ ଯାଉଥିବା ବେଳେ ବାଗଡିଆ ଥାନା ସୀମାନ୍ତ…