ମୁଖ୍ୟ ଖବର ଉପ ବାଚସ୍ପତିଙ୍କ ଗାଡ଼ିରେ ଜାତୀୟ ପତାକାକୁ ଅସମ୍ମାନ Angul OnlineDecember 29, 2022December 29, 2022 ଅନୁଗୁଳ – ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ ବାଚସ୍ପତି ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ବନ୍ତଳା ଅଭିମୁଖେ ଯାଉଥିବା ବେଳେ ପଞ୍ଚମହଲା ନିକଟରେ ତାଙ୍କ ଗାଡି ଦୁର୍ଘଟଣା ହୋଇଥିଲା । ଏକ ଟ୍ରକ ଉପ ବାଚସ୍ପତିଙ୍କ ଗାଡିକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ଉପ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ସମେତ ଗାଡି ଡ୍ରାଇଭର ଓ ଅଙ୍ଗ ରକ୍ଷକ ରକ୍ଷା ପାଇଯାଇଥିଲେ । ତେବେ ଏହି ଘଟଣା ପରେ ଉପ ବାଚସ୍ପତି ଯାଉଥିବା ଗାଡ଼ିରେ ଲାଗିଥିବା ଜାତୀୟ ପତାକା ଓଲଟା ଲାଗିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା କରା ଯାଇଛି । ସାମ୍ବିଧାନିକ ପଦବୀରେ ରହିଥିବା ରଜନୀକାନ୍ତ ସିଂହଙ୍କ ଗାଡ଼ିରେ ଏଭଳି ଜାତୀୟ ପତାକାକୁ ଅସମ୍ମାନ କରିବା ଘଟଣାକୁ ସହଜରେ କେହି ଗ୍ରହଣ କରି ପାରୁ ନାହାନ୍ତି । Advertisement
ଟେଷ୍ଟିଂ ପାଇଁ ହେଉଛି ଭିଡ଼ – ଲାଇନ ଲଗାଇଲା ଆଧାର କାର୍ଡ ଅନୁଗୁଳ – ଦ୍ୱିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ଏବେ ଟେଷ୍ଟିଂ ଉପରେ ଯେତିକି ଗୁରୁତ୍ୱ ଦିଆ ଯାଉଛି ଭ୍ୟାକ୍ସିନେସନ ବା ଟିକାକରଣ ଉପରେ…
ଯାତ୍ରୀବାହୀ ଘରୋଇ ବସକୁ ପାଞ୍ଚ ଲକ୍ଷ ଟଙ୍କା ଜୋରିମନା ପାଲଲହଡା – ବସକୁ 4 ଲକ୍ଷ 98 ହଜାର ଜୋରିମନା । ସିଂହବାହିନୀ ନାମକ ଏକ ଘରୋଇ ବସ କୁ ତାଳଚେର ପରିବହନ ଅଧିକାରୀ ବିଭିନ୍ନ ପରିବହନ…
ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର…