ମୁଖ୍ୟ ଖବର ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା Angul OnlineSeptember 22, 2022September 22, 2022 ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀ ଅନୁଗୁଳରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି । ସାଜସଜ୍ଜା ବେଶ ଆକର୍ଷଣ ହେଉଥିବାବେଳେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବାକୁ ନେଇ ସୁପ୍ରିମକୋଟଙ୍କର ନିର୍ଦ୍ଦେଶନାମାକୁ ଚଳିତ ବର୍ଷ କଡା କଡି ଭାବେ ପାଳନ କରାଯିବ । ମାଇକ ବାଜିବା ଓ ବାଣ ଫୁଟିବା ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବାରୁ ଏଥିରେ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଦୁର୍ଗାପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀ ଜିଲ୍ଲାର ପୁରପଲ୍ଲୀରେ ପାଳନ ହେଉଥିବାରୁ ସମ୍ପୃକ୍ତ ଅଧିକାରୀମାନେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବାଜିବା ଦ୍ବାରା ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ହେଉଥିବା ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ଗ୍ରାମାଞ୍ଚଳରେ ପର୍ବ ପର୍ବାଣୀରେ ବାଣ ଫୁଟିବା ଓ ଉଚ୍ଚ ସ୍ବରରେ ମାଇକ ବଜାଇବାର କୁପ୍ରଭାବ ସମ୍ପର୍କରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନଂକୁ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ଅବଗତ କରାଇବେ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଦୁର୍ଗା ପୂଜା , ଲକ୍ଷ୍ମୀ ପୂଜା ଓ ଦିପାବଳୀରେ ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣକୁ ଦୃଷ୍ଟିରେ ରଖି ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Advertisement
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
କ୍ରିଷ୍ଣା ମହାନ୍ତି ପାଇବେ ସରଳା ଦେବୀ ସ୍ମୃତି ସମ୍ମାନ ଅନୁଗୁଳ – ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି ୨୦୨୫ ମସିହାର ମର୍ଯ୍ୟାଦାଜନକ ‘ସରଳା ଦେବୀ ସ୍ମୃତି ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି ।…