ଅପରାଧ ଦାଦା ବଟି ମାଗିବା ପଡିଲା ମହଙ୍ଗା – ଯୁବକ ଅଟକ Angul OnlineFebruary 7, 2022February 7, 2022 ଅନୁଗୁଳ – ଜାତୀୟ ରାଜପଥରେ ଗାଡି ଅଟକାଇ ଦାଦା ବଟି ମାଗିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଡ୍ରାଇଭର ମାନେ ଏକାଠି ହୋଇ ଯୁବକଙ୍କୁ କାବୁ କରି ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ ବ୍ୟାଙ୍କ ନିକଟରେ ସକାଳ ପ୍ରାୟ ୧୧ ଟା ସମୟରେ ଜଣେ ଯୁବକ ପଲସର ମୋଟରସାଇକେଲରେ ଆସି ଜାତୀୟ ରାଜପଥ ୫୫ ରେ ଯାଉଥିବା ବାହାର ରାଜ୍ୟର ଗାଡି ଗୁଡିକୁ ଅଟକାଇ ଦାଦା ବଟି ଆଦାୟ କରୁଥିଲା । ଏହି ସମୟରେ କାଣ୍ଡସର ଗ୍ରାମର ରଞ୍ଜନ ସାହୁ ନିଜର ଗାଡିରେ ଅନୁଗୁଳରୁ ନାଲକୋ ଆସୁଥିବା ସମୟରେ ଏହି ଯୁବକ ହାବୁଡ଼ରେ ପଡ଼ିଥିଲେ । ଏବଂ ସେ ତାଙ୍କୁ ୫୦୦୦ ଟଙ୍କା ଦାଦା ବଟି ମାଗିଥିଲା । କିନ୍ତୁ ରଞ୍ଜନ ତାଙ୍କୁ ଟଙ୍କା ନଦେଇ ଡ୍ରାଇଭର ମହାସଂଘକୁ ଖବର ଦେବା ସହ ନିଜର ଉପସ୍ଥିତ ବୁଦ୍ଧି ଦ୍ଵାରା ଯୁବକ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ସେହୋଇ ସମୟରେ ଘଟଣା ସମ୍ପର୍କରେ ଜାଣି ଅନେକ ଲୋକ ରୁଣ୍ଡ ହୋଇ ଯାଇଥିଲେ । ଆଉ ଯୁବକ ଜଣଙ୍କୁ କିଛି ଲୋକ ମାଡ ମଧ୍ୟ ମାରିଥିଲେ । ପରେ ଖବର ପାଇ ପୁଲିସର ଏକ ଟିମ ପହଞ୍ଚି ଯୁବକକୁ ଥାନାରେ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ବ୍ରାଉନସୁଗାର ଜବତ – ୩ ଗିରଫ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ପ୍ରାୟ ତିନି ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ…
ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ…
ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର…