ଅପରାଧ ମହିଳାଙ୍କୁ ହତ୍ୟା !! – କୂଅ ଭିତରୁ ମୃତଦେହ ଉଦ୍ଧାର Angul OnlineJanuary 29, 2022January 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ଟାଙ୍ଗରସାହିର ଜଣେ ମହିଳାଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିବା ନେଇ ସନ୍ଦେହ କରାଯାଉଛି । ସୂଚନା ଅନୁସାରେ ରାଇଝରଣ ଟାଙ୍ଗରସାହିର ଶତ୍ରୁଘ୍ନ ସାହୁଙ୍କ ପୁଅ ପଦ୍ମଚରଣ ଗତ ୨୦୦୯ ମସିହାରେ ଜରପଡା ଥାନା କୁଶକିଳା ଗ୍ରାମର ଚେରୁ ପ୍ରଧାନଙ୍କ ଝିଅ ମିଲିଙ୍କୁ ବିବାହ କରିଥିଲେ । ମିଲିଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି । ଶନିବାର ଅପରାହ୍ନ ୪ଟା ବେଳେ ମିଲି, ତାଙ୍କ ସ୍ୱାମୀ ପଦ୍ମ ଏବଂ ଦେଢଶୁର ଇନ୍ଦ୍ରମଣି ଘର ଠାରୁ ୫ଶହ ମିଟର ଦୂରରେ ଥିବା ତାଙ୍କ ବଗିଚାକୁ ପାଣି ମଡାଇବା ପାଇଁ ଯାଇଥିଲେ । ପାଣିମଡାଇ ସାରି ପଦ୍ମ ଏବଂ ତାଙ୍କ ଭାଇ ଇନ୍ଦ୍ରମଣି ଘରକୁ ଫେରିଥିବା ବେଳେ ମିଲି କିନ୍ତୁ ଫେରି ନଥିଲେ । ମିଲି ବଗିଚାରୁ ନଫେରିବା ନେଇ ପଡୋଶୀ ମାନେ ମିଲିଙ୍କ ବାପ ଘରକୁ ଖବର ଦେଇଥିଲେ । ଖବର ପାଇ ମିଲିଙ୍କ ଭାଇ ସନ୍ତୋଷ ଏବଂ ଗ୍ରାମର କିଛି ଲୋକ ମିଲିଙ୍କୁ ଖୋଜିବା ପାଇଁ ବଗିଚାକୁ ଯାଇଥିଲେ । ସେଠାରେ ମିଲି ନଥିବା ବେଳେ କୂଅ ପାଖରେ ଏକ ରକ୍ତ ଭିଜା କାଙ୍କ , ରକ୍ତ ଭିଜା ପଥର ଏବଂ କିଛି ଭଙ୍ଗା ଚୂଡି ପାଇଥିଲେ । ଭଉଣୀଙ୍କୁ ମାରି କୂଅରେ ଫିଙ୍ଗି ଦେଇଥିବା ସନ୍ଦେହ କରି ସନ୍ତୋଷ ନିଶା ଶିଳ୍ପାଞ୍ଚଳ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳକୁ ପହଞ୍ଚିବା ସହିତ ପଦ୍ମ ଏବଂ ଇନ୍ଦ୍ରମଣିଙ୍କୁ ଅଟକ ରଖିଛନ୍ତି । ଖବର ଲେଖାହେବା ସୁଦ୍ଧା କୂଅ ଭିତରୁ ମିଲିର ଶବକୁ ଉଦ୍ଧାର କରାଯାଇ ନାହିଁ । ଅପର ପକ୍ଷରେ କିଛି ଦିନ ପୂର୍ବେ ମିଲି ତାଙ୍କ ଦେଢଶୁର ଇନ୍ଦ୍ରମଣୀଙ୍କ ସହିତ ପାଟିତୁଣ୍ଡ ହୋଇଥିବାରୁ ଉଭୟେ ପଦ୍ମ ଏବଂ ଇନ୍ଦ୍ରମଣୀ ଭଉଣୀକୁ ମାରି କୂଅ ଭିତରେ ଫିଙ୍ଗି ଦେଇଥିବା ଥିବା ନେଇ ମିଲିଙ୍କ ଭାଇ ସନ୍ତୋଷ ଅଭିଯୋଗ କରିଛନ୍ତି । ନିଶା ଶିଳ୍ପାଞ୍ଚଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାକୁ ଚେଷ୍ଟା କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ଡାକ୍ତରଙ୍କଠାରୁ କୋଟିଏ ଟଙ୍କା ଠକିଥିବା ହୀରକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଗୌରୀଶଙ୍କର ବଳ ପୁଅକୁ ମେଡିକାଲ କଲେଜରେ ପାଠ ପଢ଼ାଇ…
ପିସ୍ତଲ ଓ ଗୁଳି ସହ ଦୁର୍ଦାନ୍ତ ଅପରାଧି ତୁଫାନ ଗିରଫ ଅନୁଗୁଳ – ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କଲା ଅନୁଗୁଳ ପୁଲିସ । ଗିରଫ ଯୁବକ ଜଣଙ୍କ ହେଲେ ଅନୁଗୁଳ ସହର ରାଧାରମଣପଡାର…
କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ…