ମୁଖ୍ୟ ଖବର ମୋଟରସାଇକେଲ ଧକ୍କାରେ ଜଣେ ମୃତ Angul OnlineMarch 29, 2022March 29, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୁଦପାଳ ଛକ ନିକଟରେ ଏକ ମୋଟରସାଇକେଲ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟ ହୋଇଛି । ମୃତକ ଯୁବକ ଜଣକ ନାଣ୍ଡିଛୋଡା ଗ୍ରାମର ଭରତ ଗଡନାୟକ ବୋଲି ଜଣାପଡିଛି । ସୂଚନା ଅନୁସାରେ ନାଣ୍ଡିଛୋଡ ଗ୍ରାମର ଭରତ ଗଡନାୟକ ରାତି ସାଢେ ୯ଟା ବେଳେ କୁଦପାଳ ଛକ ନିକଟରେ ଛିଡା ହୋଇଥିବା ବେଳେ କୋଶଳାରୁ ଅନୁଗୁଳ ଯାଉଥିବା ଏକ ମୋଟରସାଇକେଲ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ଲୋକ କ୍ଷତିପୂରଣ ଦାବିରେ ୬୩ନଂ ରାଜ୍ୟରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା ଓ ନିଶା ଶିଳ୍ପାଞ୍ଚଳ ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡିଛି । ଅପରପକ୍ଷେ ପୁଲିସ ଘଟଣାର ତଦନ୍ତ କରିବା ସହିତ ମୋଟରସାଇକେଲ ଓ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ ତାଳଚେର – ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଗତ କିଛି ଦିନ…
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…