ମୁଖ୍ୟ ଖବର ହାତୀ ଛୁଆକୁ ଦିଆଗଲା ସାଲାଇନ Angul OnlineAugust 7, 2021August 7, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ କରି ସଲାଇନ ସହ ଭିଟାମିନ ଦିଆଯାଇଛି । ସୂଚନା ଅନୁସାରେ , ଗତ ୩ ତାରିଖ ରାତିରେ ହାତୀପଲ ପାଳବନ୍ଧ ନିକଟକୁ ଆସିଥିବା ବେଳେ ସେଇଠି ହାତୀଛୁଆଟି ରହି ଯାଇଥିଲା । ହାତୀପଲଙ୍କ ସହିତ ଜଙ୍ଗଲକୁ ଫେରି ପାରି ନଥିଲା । ଛୁଆ ହାତୀକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ସେଠାରେ ବେଶ୍ ଗହଳି ଲଗାଇଥିଲେ । ଲୋକେ ଛୁଆ ହାତୀ ଦେହରେ ହାତ ଲଗାଇବା ପୂର୍ବରୁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । ବନ୍ଧ ନିକଟରେ ହାତୀଛୁଆ ଦେହ ଅସୁସ୍ଥ ଥିବା ଜାଣିବାକୁ ପାଇଥିଲା ବନ ବିଭାଗ । ନିକଟରେ ହିନ୍ଦୋଳ ବନାଞ୍ଚଳରେ ଯେହେତୁ ଦୁଇଟି ହାତୀ କୃମି ପାଇଁ ମୃତ୍ୟୁବରଣ କରିଛନ୍ତି, ତେଣୁ ଛୁଆକୁ କୃମି କିମ୍ବା ହର୍ପିସ୍ ରୋଗ ହୋଇଥିବା ପ୍ରାଣୀ ଚିକିତ୍ସକ ଅନୁମାନ କରିଥିଲେ । ହାତୀ ଦେହରେ ହାତ ବାଜିଲେ ଛୁଆ କୁଆଡ଼େ ହାତୀ ଗୋଠ ସହ ମିଶି ପାରେ ନାହିଁ । ତେଣୁ, ଛୁଆ ଦେହରେ କୌଣସି ପ୍ରକାରେ ହାତ ନ ମାରି ହାତୀର ଚିକିତ୍ସା ପାଇଁ ଟ୍ରାଙ୍କୁଲାଇଜ୍ କରିଥିଲା ବନ ବିଭାଗ । ଉଭୟ ହର୍ପସ୍ ଏବଂ କୃମି ପରୀକ୍ଷା ପାଇଁ ନମୁନା ସଂଗ୍ରହ ହୋଇଥିଲା । ହାତୀ ଦେହରେ ପ୍ରବଳ କୃମି ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଥିବା ବେଳେ ହର୍ପିସ୍ ରିପୋର୍ଟକୁ ବନ ବିଭାଗ ଅପେକ୍ଷା କରିଛି । Advertisement
ଅନୁଗୁଳ ଆସିବେ ଗୌତମ ଗାମ୍ଭୀର ଅନୁଗୁଳ – ଅନୁଗୁଳ ଆସିବେ ଗୌତମ ଗାମ୍ଭୀର । ଆସନ୍ତା ୨୫ ତାରିଖ ସେ ଅନୁଗୁଳ ଆସି ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ (…
ଉତ୍ସାହ ଉଦୀପନାର ସହ ସ୍ଵାଧୀନତା ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସ୍ତରୀୟ ୭୫ ତମ ସ୍ବାଧନତା ଦିବସ ରବିବାର ଷ୍ଟାଡିୟମ ପରିସରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ…
ସୋଲାର ବିଦ୍ୟୁତ ତାର ଲାଗି ପୁଣି ଏକ ହାତୀର ମୃତ୍ୟୁ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଡ଼ଙ୍ଗାପାଳ ବିଟ ନାଳିଆ ସାହିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି l ସୋଲାର କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା…