ମୁଖ୍ୟ ଖବର ପୋଲ ତଳକୁ ଖସି ପଡିଲା ଟ୍ରକ – ଜଣେ ମୃତ Angul OnlineMay 23, 2022May 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବହ୍ଲର ଛକ ନିକଟରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରୁ ନାଳକୁ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ରହିଛି । ସୂଚନା ଅନୁସାରେ ତାଳଚେରରୁ ଏହି କୋଇଲା ବୋଝେଇ ଟ୍ରକଟି ବଅଁରପାଳ ଆଡ଼କୁ ଯାଉଥିବା ସମୟରେ ବହ୍ଲର ଛକ ନିକଟରେ ଜଣେ ପଥଚାରୀଙ୍କୁ ଧକ୍କା ଦେଇ ନାଳକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ପଥଚାରୀଙ୍କର ମୃତ୍ୟୁ ଘଟିଛି । ତେବେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବାବେଳେ ତାଳଚେର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
କାନ୍ଥ କଣା କରି ବ୍ୟାଙ୍କ ଭିତରେ ପଶିଲେ ଚୋର ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗଡମଣ୍ଡଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରୀ ଉଦ୍ୟମ ହୋଇଥିବା ଜଣା ପଡ଼ିଛି । ବିଲମ୍ବିତ ରାତିରେ ବ୍ୟାଙ୍କ ପଛପାଖ କାନ୍ଥ…
ବିଦ୍ୟୁତ୍ ବିଭାଗର ଗ୍ରାହକ ସେବା କେନ୍ଦ୍ର ଉଦଘାଟିତ ଅନୁଗୁଳ – ବିଦ୍ୟୁତ୍ ବିଭାଗର ( ପି ସି ଓ ଡି ଏଲ ) ବିଭିନ୍ନ ସେବାକୁ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇବା ସହ ବିଭାଗକୁ ଅଧିକ ଶକ୍ତିଶାଳୀ…
ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…