ମୁଖ୍ୟ ଖବର ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ Angul OnlineSeptember 29, 2022September 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ ଓ ଟ୍ରେଡ୍ ଲାଇସେନ୍ସ କରି ନଥିବାରୁ ପୌର ପ୍ରଶାସନ ତାଳଚେରର ଦୁଇଟି ବଡ଼ ଦୋକାନ ସିଲ୍ କରିଛନ୍ତି ।ସୂଚନା ଅନୁସାରେ ତାଳଚେର ସହରରେ ବ୍ୟାଙ୍କ , ଦୋକାନ ଘର ବଡ଼ ବଡ଼ ମଲ୍ , ମାର୍କେଟ କମ୍ପ୍ଲେକ୍ସ , ପେଟ୍ରୋଲ ପମ୍ପ ଇତ୍ୟାଦି ଅନେକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ସେଥିରୁ ଅନେକ ହୋଲ୍ଡିଂ ଟ୍ୟାକ୍ସ ଦେଇ ନଥିବାରୁ ଟ୍ରେଡ୍ ଲାଇସେନ୍ସ ହାସଲ କରିନଥିବାରୁ ପୌର ପ୍ରଶାସନ ତାଙ୍କୁ ବାରମ୍ବାର ସୂଚନା ଦେବା ସହ ନୋଟିସ ଦେଇଥିଲା । କିନ୍ତୁ ଏହି ନୋଟିସକୁ ଅନେକ ଖାତିର କରି ନଥିଲେ । ହୋଲ୍ଡିଂ ଟ୍ୟାକ୍ସ ଦାଖଲ କରିବାରେ ବର୍ଷ ବର୍ଷ ବିଳମ୍ବ କରିଥିଲେ । ଏଥିଯୋଗୁଁ ତାଳଚେର ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ , ପୌର କର୍ମଚାରୀ ଚିତ୍ତରଂଜନ ପ୍ରଧାନ , ଜୟନ୍ତ ପରିଡ଼ାଙ୍କ ସହିତ ପୁଲିସଉପସ୍ଥିତିରେ ସହରର ବଡ଼ ଖିଲାପିଙ୍କ ଉପରେ ପଦକ୍ଷେପ ନେଇଛନ୍ତି । ହାଣ୍ଡିଧୂଆଁ ଛକରେ ଥିବା ବିଗ୍ ଭି ମଲ୍ ହୋଲିଂ ଟ୍ୟାକ୍ସ ଦେଇ ନଥବାରୁ ଅନିର୍ଦ୍ଦିଷ୍ଟ । ସମୟ ପାଇଁ ସିଲ୍ କରାଯାଇଛି । ରିଲାଏନ୍ସ ଟ୍ରେଣ୍ଡ ହୋଲ୍ଡିଂ ଟ୍ୟାକ୍ସ ଦେଇ ନଥିବାରୁ ଆଜି ତାହାକୁ ସିଲ୍ କରିବା ପାଇଁ ପୌର ପ୍ରଶାସନ ସ୍ଥିର କରିଥିଲା । କିନ୍ତୁ ଉକ୍ତ ରିଲାଏନ୍ସ ଟ୍ରେଣ୍ଡର ମାଲିକ ବାକି ରହିଥିବା ଟ୍ୟାକ୍ସରୁ ଅଧା ଟଙ୍କା ଦେଇଥିଲେ । ଅବଶିଷ୍ଟ ଟଙ୍କା ଅସନ୍ତା ୭ ଦିନ ଭିତରେ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହାକୁ ଏକ ସପ୍ତାହ ମହଲତ ଦିଆଯାଇଛି । ତାଳଚେର ଟାଉନ୍ରେ ଥିବା ଶଙ୍କର ଗାର୍ମେଣ୍ଟସ୍ ବର୍ଷ ବର୍ଷ ଧରି ଟ୍ରେଡ୍ ଲାଇସେନ୍ସ କରି ନଥିବାରୁ ଏହି ଦୋକାନକୁ ମଧ୍ୟ ସିଲ୍ କରାଯାଇଛି । Advertisement
ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଅଦଳବଦଳ ଅନୁଗୋଳ – ଅନୁଗୋଳ ଜିଲ୍ଲା ଆଇଆଇସି ଓ ଏସ୍ଆଇ ସ୍ତରରେ ଗୁରୁବାର ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ନୂଆ ବର୍ଷରେ ନୂଆ ଏସ୍ପି ଭାବେ…
କୋଇଲା ପରିବହନ ପାଇଁ ଦୁଇ କମ୍ପାନୀର ବିବାଦ ଭିତରେ ପୁଲିସକୁ ମାଡ଼ ଛେଣ୍ଡିପଦା – ଅନୁବୁଳ ଜିଲ୍ଲା ଜରପଡା ଥାନା ପୁଲିସକୁ ନିର୍ଧୁମ ମାଡ । ମାଡ଼ରେ ଜରପଡା ଥାନାର ଜଣେ କନେଷ୍ଟବଲଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଅନ୍ୟ…
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…