ମୁଖ୍ୟ ଖବର ଟାକ୍ସ ଖିଲାପକାରୀ ୨ ଦୋକାନ ସିଲ Angul OnlineSeptember 29, 2022September 29, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୌର ପ୍ରଶାସନ ପକ୍ଷରୁ ବାରମ୍ବାର ତାଗିଦ , ନୋଟିସ୍ ଡାକବାଜି ଯନ୍ତ୍ରରେ ପ୍ରଚାର ସତ୍ତ୍ବେ ହୋଲ୍ଡିଂ ଟ୍ୟାକ୍ସ ଦାଖଲ ନକରିବାରୁ ଓ ଟ୍ରେଡ୍ ଲାଇସେନ୍ସ କରି ନଥିବାରୁ ପୌର ପ୍ରଶାସନ ତାଳଚେରର ଦୁଇଟି ବଡ଼ ଦୋକାନ ସିଲ୍ କରିଛନ୍ତି ।ସୂଚନା ଅନୁସାରେ ତାଳଚେର ସହରରେ ବ୍ୟାଙ୍କ , ଦୋକାନ ଘର ବଡ଼ ବଡ଼ ମଲ୍ , ମାର୍କେଟ କମ୍ପ୍ଲେକ୍ସ , ପେଟ୍ରୋଲ ପମ୍ପ ଇତ୍ୟାଦି ଅନେକ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ସେଥିରୁ ଅନେକ ହୋଲ୍ଡିଂ ଟ୍ୟାକ୍ସ ଦେଇ ନଥିବାରୁ ଟ୍ରେଡ୍ ଲାଇସେନ୍ସ ହାସଲ କରିନଥିବାରୁ ପୌର ପ୍ରଶାସନ ତାଙ୍କୁ ବାରମ୍ବାର ସୂଚନା ଦେବା ସହ ନୋଟିସ ଦେଇଥିଲା । କିନ୍ତୁ ଏହି ନୋଟିସକୁ ଅନେକ ଖାତିର କରି ନଥିଲେ । ହୋଲ୍ଡିଂ ଟ୍ୟାକ୍ସ ଦାଖଲ କରିବାରେ ବର୍ଷ ବର୍ଷ ବିଳମ୍ବ କରିଥିଲେ । ଏଥିଯୋଗୁଁ ତାଳଚେର ପୌର ନିର୍ବାହୀ ଅଧିକାରୀ ରଶ୍ମିରେଖା ଅମାନ୍ତ , ପୌର କର୍ମଚାରୀ ଚିତ୍ତରଂଜନ ପ୍ରଧାନ , ଜୟନ୍ତ ପରିଡ଼ାଙ୍କ ସହିତ ପୁଲିସଉପସ୍ଥିତିରେ ସହରର ବଡ଼ ଖିଲାପିଙ୍କ ଉପରେ ପଦକ୍ଷେପ ନେଇଛନ୍ତି । ହାଣ୍ଡିଧୂଆଁ ଛକରେ ଥିବା ବିଗ୍ ଭି ମଲ୍ ହୋଲିଂ ଟ୍ୟାକ୍ସ ଦେଇ ନଥବାରୁ ଅନିର୍ଦ୍ଦିଷ୍ଟ । ସମୟ ପାଇଁ ସିଲ୍ କରାଯାଇଛି । ରିଲାଏନ୍ସ ଟ୍ରେଣ୍ଡ ହୋଲ୍ଡିଂ ଟ୍ୟାକ୍ସ ଦେଇ ନଥିବାରୁ ଆଜି ତାହାକୁ ସିଲ୍ କରିବା ପାଇଁ ପୌର ପ୍ରଶାସନ ସ୍ଥିର କରିଥିଲା । କିନ୍ତୁ ଉକ୍ତ ରିଲାଏନ୍ସ ଟ୍ରେଣ୍ଡର ମାଲିକ ବାକି ରହିଥିବା ଟ୍ୟାକ୍ସରୁ ଅଧା ଟଙ୍କା ଦେଇଥିଲେ । ଅବଶିଷ୍ଟ ଟଙ୍କା ଅସନ୍ତା ୭ ଦିନ ଭିତରେ ଦାଖଲ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହାକୁ ଏକ ସପ୍ତାହ ମହଲତ ଦିଆଯାଇଛି । ତାଳଚେର ଟାଉନ୍ରେ ଥିବା ଶଙ୍କର ଗାର୍ମେଣ୍ଟସ୍ ବର୍ଷ ବର୍ଷ ଧରି ଟ୍ରେଡ୍ ଲାଇସେନ୍ସ କରି ନଥିବାରୁ ଏହି ଦୋକାନକୁ ମଧ୍ୟ ସିଲ୍ କରାଯାଇଛି । Advertisement
ନେହେରୁ ଶତାବ୍ଦୀ ହସ୍ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହେରୁ ଶତାବ୍ଦୀ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି । ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ପରିଚାଳିତ ଏହି ହସ୍ପିଟାଲକୁ ରାଜ୍ୟ…
କେନାଲରୁ ନବ ଜାତ ଶିଶୁର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହରର ଅମଲାପଡା ବଡ କେନାଲରେ ଆଜି (ମଙ୍ଗଳବାର) ଏକ ନବଜାତ ଶିଶୁର ମୃତ ଦେହ ଭାସୁ ଥିବାର ଦେଖିବାକୁ ମିଳିଥିଲା । କେହି…
ଟିଟିପିଏସ୍ ର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ୍ (ଟିଟିପିଏସ୍) ଅଞ୍ଚଳ ପୁଣି ହସି ଉଠିବ । ଆରମ୍ଭ ହେବ ହେବ ଥର୍ମାଲ ପ୍ଲାଣ୍ଟର କାମ…