ମୁଖ୍ୟ ଖବର କ୍ୟାମେରା ନଜରରେ ଅନୁଗୁଳ ସହର Angul OnlineSeptember 29, 2022September 29, 2022 ଅନୁଗୁଳ – ସିସି ଟିଭି ନଜରରେ ରହିବ ଅନୁଗୁଳ ସହର । ମୁଖ୍ୟ ବଜାର ସମେତ ଗଳିକନ୍ଦିରେ ଲାଗିବ ସିସି ଟିଭି କ୍ୟାମେରା ଅନୁଗୁଳ ପୌରପାଳିକା ପକ୍ଷରୁ ଏଥିପାଇଁ ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି । ଅନୁଗୁଳର ହେଲଥ କରିଡରରେ ଅଞ୍ଚଳରେ ପ୍ରାୟ ୩୦ ଟି କ୍ୟାମେରା ଲଗା ଯାଇଛି । ସହରର ବିଭିନ୍ନ ସ୍ଥାନରେ ୧୦୦ରୁ ଉର୍ଦ୍ଧ୍ବ କ୍ୟାମେରା ଲଗାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଅନୁଗୁଳ ସହରରେ ବିଭିନ୍ନ ସମୟରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ଠାରୁ ଆରମ୍ଭ କରି ଗାଡ଼ିମୋଟର ଭିଡ଼ ରହୁଛି । ଏହା ସହ ବ୍ୟବସାୟ ପ୍ରତିଷ୍ଠାନ କୁହନ୍ତୁ କିମ୍ବା ଉଠା ଦୋକାନୀ ମାନେ ମନ ଇଛା ଦୋକାନ ଜିନିଷ ରଖିବା ସହ ଅଳିଆ ଆବର୍ଜନା ଫୋପାଡୁଛନ୍ତି । ଯାହା ଫଳରେ ସହରବାସୀ ଓ ରାସ୍ତାରେ ଯିବା ଆସିବା କରୁଥିବା ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ସହରରେ ସିସି ଟିଭି ଲଗାଇବା ବ୍ୟବସ୍ଥା କରାଯାଉଛି । ପ୍ରାଥମିକ ପର୍ଯ୍ୟାୟରେ ଅନୁଗୁଳ ସହରର ହେଲଥ୍ କରିଡର ଅଞ୍ଚଳରେ କାର୍ଯ୍ୟକାରୀ ହୋଇଛି । ଏହାପରେ ବ୍ୟବସାୟୀକ ଭିଡ଼ ଅଞ୍ଚଳରେ ସିସି ଟିଭି ଲଗାଯିବା ପରେ ସହରର ବିଭିନ୍ନ ସ୍ଥାନରେ ଏହା ଲଗାଯିବ । ଏହି ସିସି ଟିଭିକୁ ଅନୁଗୁଳଳ ପୌର କାର୍ଯ୍ୟାଳୟରୁ ତଦାରଖ କରାଯିବ । ସହରର କେଉଁ ଅଞ୍ଚଳରେ କ’ଣ କରାଯାଉଛି ଏବଂ କେଉଁଠାରେ କ’ଣ ସମସ୍ୟା ରହିଛି ତାହା ସିଧାସଳଖ ଭାବେ ପୌର କାର୍ଯ୍ୟାଳୟରେ ଜଣାପଡ଼ିବ । ସହରକୁ ଆବର୍ଜନା କଲେ ଘରୋଇ ଲୋକ କିମ୍ବା ବ୍ୟାବସାୟିକ ଅନୁଷ୍ଠାନକୁ ଜରିମାନା ପାଇଁ କୋଟିସ୍ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । Advertisement
ଜିଲ୍ଲାରେ ବଢିଛି କରୋନା ଟେଷ୍ଟିଙ୍ଗ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦମନ କରିବାକୁ ଜିଲ୍ଲାପାଳ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ।…
୫ଟି ଉପକ୍ରମରେ ୯୦ଟି ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ ଅନୁଗୁଳ – ଉପଯୁକ୍ତ ଶୌଖିକ ପରିବେଶ ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଆରମ୍ଭ କରିଛନ୍ତି ରୁପାନ୍ତରଣ କାର୍ଯ୍ୟକ୍ରମ । ଅନୁଗୁଳ ଜିଲ୍ଲାରେ ଆଜି…
ମାଉଜର ଦେଖାଇ ବଟି ଆଦାୟ – ନାବାଳକ ସହ ୩ ଜଣକୁ କାବୁ କଲା ପୁଲିସ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ଟିପିସି ପାଉଁଶ ପୋଖରୀରେ ନିୟୋଜିତ ଏକ ଠିକାସଂସ୍ଥାର ସୁପରଭାଇଜର୍ଙ୍କୁ ମାଉଜର୍ ଓ ଭୁଜାଲି ଦେଖାଇ ୧୦ ହଜାର ଟଙ୍କା ବଟି…