ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ Angul OnlineOctober 22, 2022October 22, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ଜଣେ ନାବାଳିକାକୁ ୪ ବର୍ଷ ତଳେ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ମାମଲାର ରାୟ ଶନିବାର ଜିଲ୍ଲା ଫାଷ୍ଟଟ୍ରାକ୍ ସେଶାଲ୍ କୋର୍ଟରେ ପ୍ରକାଶ ପାଇଛି । ଆଡ୍ହକ ଅଚିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍ ବହିଦାର ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ରନ୍ତଳେଇ ଗ୍ରାମର ପ୍ରଭାତ ନାଏକଙ୍କୁ ୨୦ ବର୍ଷ କାରାଦଣ୍ଡ ଦେବା ସହ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ , ୨୦୧୮ ମସିହା ଜୁନ୍ ମାସ ୨୦ ତାରିଖରେ ଅଭିଯୁକ୍ତ ପ୍ରଭାତ ଜଣେ ୧୩ ବର୍ଷୀୟା ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ୨ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲା । ଏହି ଘଟଣା ବାହାରକୁ ପ୍ରଘଟ ହେବା ପରେ ନାବାଳିକା ଜଣଙ୍କ ତାଙ୍କୁ ବିବାହ ପାଇଁ କହିଥିଲେ । ମାତ୍ର ଅଭିଯୁକ୍ତ ଧରାଛୁଆଁ ଦେଇନଥିଲା । ବରଂ ନାବାଳିକାକୁ ଗାଳିଗୁଲଜ କରିଥିଲା । ନାବାଳିକା ବାଧ୍ୟ ହୋଇ ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ଘଟଣାରେ ଏକ ମାମଲା ରୁଜୁ କରି ପ୍ରଭାତକୁ ଗିରଫ କରି ପୋକ୍ସୋ ଆକ୍ଟରେ କୋର୍ଟ ଚାଲାଣ କରିଥିଲା । । ଅଭିଯୁକ୍ତ ପ୍ରଭାତ ଜଣେ ମହିଳାଙ୍କ ଘରେ ଏହି ଅନୈତିକ କାର୍ଯ୍ୟ କରିଥିବା ବେଳେ ପୁଲିସ୍ ଏତଲା କ୍ରମେ ସମ୍ପୃକ୍ତ ମହିଳାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟରେ ଚାଲିଥିବା ବେଳେ ମୋଟ୍ ୨୦ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ପ୍ରଭାତଙ୍କୁ ଦୋଷୀ ସାବ୍ୟସ୍ତ କରି ଥିଲେ । ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ନିର୍ଦ୍ଦେଷରେ ଖଲାସ ହୋଇଥିବା ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ସ୍ପେଶାଲ ପବ୍ଲିକ୍ ପ୍ରୋସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ଏହି ମାମଲାର ପରିଚାଳନା କରିଥିଲେ । Advertisement
ଟ୍ରେନରେ କୋଇଲା ପରିବହନକୁ ବିରୋଧ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଟ୍ରକ ମାଲିକ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ପ୍ରାୟ ୬ ହଜାର ଟ୍ରକ ଥିବା ବେଳେ ଏହା ଉପରେ ପ୍ରତୀକ୍ଷା ଭାବେ ପ୍ରାୟ ୧୫ ହଜାର ଓ…
ପ୍ରକାଶ ପାଇଲା ଚୁଡାନ୍ତ ସଂରକ୍ଷଣ ତାଲିକା – ୮ ବ୍ଲକରୁ ୪ ରେ ମହିଳା ଅନୁଗୁଳ – ଅନୁଗୁଳ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପଦବୀର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ…
ବାରହା ଫାଶରେ ପଡି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ପମ୍ପାସର ରେଞ୍ଜ ଜଗନ୍ନାଥପୁର ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ବିଦ୍ୟୁତ…