ମୁଖ୍ୟ ଖବର ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ Angul OnlineOctober 23, 2022October 23, 2022 ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଜନ ଗହଳି ଠାରୁ ଦୂରରେ ଏକ ନିର୍ଦିଷ୍ଟ ସ୍ଥାନରେ ଏହି ସବୁ ବାଣ ବିକ୍ରି କରିବାକୁ ଅନୁମତି ଦିଆ ଯାଇଛି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଜାଣି ଅନୁଗୁଳ ଜିଲ୍ଲାର ସ୍ଵତନ୍ତ୍ର ସ୍ୱାର୍ଡ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଅନେକ ସ୍ଥାନରେ ପ୍ରଶାସନର ବିନା ଅନୁମତିରେ ବାଣ ବିକ୍ରି ହେଉଥିବା ଦେଖା ଯାଇଥିଲା । ଏହି ସବୁ ବାଣ ସ୍ଵତନ୍ତ୍ର ସ୍ୱାର୍ଡ ଜବତ କରିଛି । ଅନୁଗୁଳ ତହସିଲଦାର ଏହି ଟିମର ନେତୃତ୍ୱ ନେଇଥିବା ବେଳେ ପୁଲିସ , ଅଗ୍ନିଶମ ବିଭାଗ ଓ ଅନ୍ୟ ଅଧିକାରୀ ମାନେ ସାମିଲ ଥିଲେ । Advertisement
ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ଘଟଣା – ଥାନାରେ ଅଭିଯୋଗ , ସେପଟେ ମୂର୍ତ୍ତିରେ ସୁଧାର ଆଣିଲା ପ୍ରଶାସନ ଅନୁଗୋଳ – ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ , ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନ, ମାଆ ମାଳତୀ ଚୌଧୁରୀଙ୍କୁ ଅସମ୍ମାନ ପ୍ରତିବାଦରେ ଅନୁଗୋଳର ଆଇନଜୀବୀ ରଞ୍ଜନ ପାତ୍ର…
ବାପା-ମା ହାରିଗଲେ କରୋନା ଯୁଦ୍ଧରେ – ଜିତି ଗଲା ରାନୀ ଅନୁଗୁଳ – ୧୪ ମାସର ଶିଶୁ ଉପରେ ଦଇବ ସାଜିଛି ଦାଉ । କରୋନାରେ ଆକ୍ରାନ୍ତ ହୋଇ ପରିବାରର ସମସ୍ତେ ଚାଲିଗଲେ ଆରପାରିକୁ । ସେପଟେ ମାମୁଁଘରେ…
ସକାଳୁ ଗଡ଼ିଲା ନାହିଁ ବସ – ସନ୍ଧ୍ୟାରେ ପ୍ରଶାସନ ଦେଲା ପ୍ରତିଶୃତି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଗୋଡିବନ୍ଧ ଠାରୁ ଵଅଁରପାଳ ପର୍ଯ୍ୟନ୍ତ ରାସ୍ତାର ଦୁରାବସ୍ଥାକୁ ନେଇ ଆଜି ତାଳଚେର ବସ ମାଲିକ ସଙ୍ଘ ପକ୍ଷରୁ ଅନିର୍ଦିଷ୍ଟ କାଳ…