ଖେଳ ଓ ଖେଳାଳି ତୁରଙ୍ଗ କପ ଫୁଟବଲ – ଜଗା ୟୁନାଇଟେଡ଼ ଚମ୍ପିୟାନ Angul OnlineOctober 23, 2022October 23, 2022 ଅନୁଗୁଳ – ତୁରଙ୍ଗ ସ୍ଥିତ ବିଜୁ ପଟନାୟକ ମିନି ଷ୍ଟାଦିୟମ ଠାରେ ୧୧ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ ର ଉଦଯାପନି ଉତ୍ସବ ପାଳନ ହୋଇଯାଇଛି । ଆଜିର ଦିନରେ ହୋଇଥିବା ଫାଇନାଲ ମ୍ୟାଚ୍ ଭୂବନେଶ୍ବରର ଜଗା ୟୁନାଇଟେଡ ଓ ସୁନ୍ଦରଗଡର ଜମୁନା ଫୁଟୁବଲ କ୍ଲବ ମଧ୍ୟରେ ଖେଳହୋଇଥିଲା । ଏହି ମ୍ୟାଚ୍ ରେ ଜଗା ୟୁନାଇଟେଡ ୩-୨ ଗୋଲ ରେ ବିଜୟ ଲାଭ କରିଥିଲା । ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ୍ ୨ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ। ୩ ଟି ମ୍ୟାଚ୍ ଖେଳି ଦିନବନ୍ଧୁ ଦାସ ୮ ଟି ଗୋଲ ସ୍କୋର କରିଥିଲେ । ଉଦଯାପନି ଉତ୍ସବରେ ଉଦଘାଟକ ଭାବେ ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଖେଳକୁ ଶୁଭାରମ୍ଭ କରିଥିଲେ। ଏହି ଉଦଜାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଓ ସମ୍ନାନିତ ଅତିଥି ଭାବେ ଟାମାଡା ଚେୟାରମ୍ୟାନ ଶ୍ରୀଯୁକ୍ତ ଅବନିକାନ୍ତ ସାହୁ , ତୁରଙ୍ଗ ପଞ୍ଚାୟତ ସରପଞ୍ଚ ସମରେନ୍ଦ୍ର ଦେହୁରି , ସମିତି ସଭ୍ୟ ସୋରଜ ପଣ୍ଡା ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । Advertisement
ପାଲଲହଡ଼ା ଦଳ ଆନ୍ତଃବିଦ୍ୟାଳୟ ଫୁଟବଲ ବିଜେତା ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ରେ ଚାଲିଥିବା ଜିଲ୍ଲାସ୍ତରୀୟ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବାଜି ମାରିଛି ପାଳଲହଡ଼ା ଦଳ । ଗତକାଲି ବାଳିକା ବିଭାଗ…
ମର୍ଣ୍ଣିଷ୍ଟାର କ୍ରିକେଟ କପ ଉଦଘାଟିତ ଅନୁଗୁଳ – ଅନୁଗୁଳ କଦମ ପଡିଆ ଠାରେ ୫ମ ମର୍ଣ୍ଣିଷ୍ଟାର କ୍ରିକେଟ କପ ଉଦଘାଟିତ ହୋଇ ଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ଅନୁଗୁଳ କ୍ରିକେଟ…
୧୦ମ ହେମସୁରପଡା କପ ଉଦଘାଟିତ ଅନୁଗୁଳ- ଅନୁଗୁଳ ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ ଆନୁକୁଲ୍ୟରେ ୧୦ମ ହେମସୁରପଡା କପ ଉଦଘାଟିତ ହୋଇ ଯାଇଛି । ଟାଉନ ହାଇସ୍କୁଲ ପଡିଆଠାରେ ଖେଳା ଯାଉଥିବା ଏହି…