ଅପରାଧ ଢ଼ାବା ବେପାରରୁ ବ୍ରାଉନସୁଗାର ବେପାର – ଗିରଫ କଲା ଅବକାରୀ ବିଭାଗ Angul OnlineFebruary 9, 2023February 9, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଆଜି ନାଲକୋନଗର ଥାନା ଅଞ୍ଚଳ କାଣ୍ଡସର ଠାରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ଗିରାଙ୍ଗ ଗାଁର ସନ୍ତୋଷ ସାହୁ @ ନିଲୁ । ନିଲୁକୁ ଅନେକ ଦିନ ହେଲା ନଜରରେ ରଖିଥିବା ଅବକାରୀ ବିଭାଗ ଆଜି ନିଲୁ ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ତାକୁ କାବୁ କରି ନେଇଥିଲା । ଆଉ ଜାଞ୍ଚ ବେଳେ ତା ନିକଟରୁ ୨୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ହେବ । ସୂଚନା ଅନୁସାରେ ନିଲୁ ପୂର୍ବରୁ ଏକ ଢ଼ାବା ଦେଇଥିଲା । ତେବେ କୋଭିଡ ସମୟରେ ଢ଼ାବା ବେପାରରେ ମାନ୍ଦା ଅବସ୍ଥା ଦେଖା ଦେଇଥିଲା । ସେଇ ସମୟରୁ ନିଲୁ ବ୍ରାଉନସୁଗାର ବେପାର ଆରମ୍ଭ କରିଥିବା ଜଣା ପଡ଼ିଛି । Advertisement
ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା…
ବଧୁ ହତ୍ୟା ମାମଲାରେ ସ୍ୱାମୀ , ଶାଶୁ ଓ ଶଶୁରକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଫେବୃଆରୀ ମାସ ୨ ତାରିଖ ୨୦୨୦ ମସିହାରେ ହୋଇଥିବା ଏକ ଯୌତୁକ ଜନିତ ବଧୁ ହତ୍ଯା ମାମଲାରେ ସ୍ୱାମୀ ,…
ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ସଦର ଥାନା କୁମୁରିସିଂହା ଗ୍ରାମରେ ଛଅ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାର ରାୟ ସୋମବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍…