ଅପରାଧ ସାହାଯ୍ୟ ବାହାନାରେ ଠକେଇ – ତିନି ଗିରଫ Angul OnlineNovember 2, 2022November 2, 2022 ଅନୁଗୁଳ – ଅନୁଗୁଳ ପୁଲିସ ଠକେଇ ଅଭିଯୋଗରେ ୩ ଜଣ ଯୁବକଙ୍କୁ ଗିରଫକରିଛି । ସୂଚନା ଅନୁସାରେ , ଆଠମଲ୍ଲିକ ଥାନା ଅନ୍ତର୍ଗତ ଗଦାଧରପୁର ଗାଁର ଶେଷଦେବ କୁଦେଇ ତାଙ୍କ ସ୍ତ୍ରୀ ରାସେଶ୍ବରୀ କୁଦେଇଙ୍କୁ ହତ୍ୟାକରି ଜେଲରେ ଅଛନ୍ତି । ତେବେ ଗତ ୨୪ ତାରିଖରେ ରାସେଶ୍ୱରୀଙ୍କ ଭାଇ ପିତାମ୍ବର ଭୋଇଙ୍କ ନିକଟରେ ଶେଷଦେବଙ୍କ ଜ୍ବାଇଁ ହିମାଂଶୁ ଘିୱାଲା ଓ ଗଙ୍ଗାଧର ସାହୁ ନାମକ ଅନ୍ୟ ଜଣେ ବ୍ୟକ୍ତି ପହଞ୍ଚିଥିଲେ । ପିତାମ୍ବରଙ୍କୁ ଗଙ୍ଗାଧର ନିଜକୁ ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣୀ ପରିଚୟ ଦେବା ସହ ସରକାରଙ୍କ ଘୋଷଣା ଅନୁସାରେ ହତ୍ୟାର ଶିକାର ହୋଇଥିବା ତାଙ୍କ ଭଉଣୀଙ୍କୁ ୨ ଲକ୍ଷ ୩୫ ହଜାର ଟଙ୍କା କ୍ଷତିପୂରଣ ମିଳିବ । ଏଥିପାଇଁ ବୁଧବାର ସକାଳେ ଆଧାରକାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବାକୁ କହିଥିଲେ । କଥା ଅନୁସାରେ ପିତାମ୍ବର ତାଙ୍କ ପୁଅ ସିପୁନ ଓ ପଡ଼ୋଶୀ ଅଭିମନ୍ୟୁ କର୍ଣ୍ଣଙ୍କୁ ଧରି ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ପହଞ୍ଚିଲେ । ସେଠାରେ ହିମାଂଶୁ ଓ ଗଙ୍ଗାଧର ୪ ହଜାର ଟଙ୍କା , ଆଧାର କାର୍ଡ ପିତାମ୍ବରଙ୍କ ଠାରୁ ନେବା ସହ ଏକ ୧୦ ଟଙ୍କିଆ ଷ୍ଟାମ୍ପ ପେପରରେ ଦସ୍ତଖତ ନେଇ ଜେରକ୍ସ କରିବାକୁ ବସଷ୍ଟାଣ୍ଡକୁ ବାହାରିଥିଲେ । ଜିଲ୍ଲା କାର୍ଯ୍ୟାଳୟ ଯିବା ପରିବର୍ତ୍ତେ କାହିଁକି ବସଷ୍ଟାଣ୍ଡ ଯାଉଛ ବୋଲି ପିତାମ୍ବର ପଚାରିଥିଲେ । ସେମାନେ କୌଣସି ଉତ୍ତର ନଦେଇ ଯିବାକୁ ବାହାରିବାରୁ ପିତାମ୍ବରଙ୍କର ସନ୍ଦେହ ହୋଇଥିଲା । ତେଣୁ ପିତାମ୍ବର ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସେମାନଙ୍କୁ ନେଇ ଅନୁଗୁଳ ଟାଉନ ଥାନାକୁ ଯାଇଥିଲେ । ସେଠାରେ ପୁଲିସ ଘଟଣା ସମ୍ପର୍କରେ ଶୁଣି ଏହା ଏକ ଠକେଇ ବୋଲି ଜାଣିବାକୁ ପାଇଲା । ଏ ନେଇ ଏକ ମାମଲା ରୁଜୁକରି ହିମାଂଶୁ ଓ ଗଙ୍ଗାଧରଙ୍କୁ ଗିରଫ କରିଥିଲା । ଏହା ସହ ଏହି ଘଟଣାରେ ସମ୍ପୃକ୍ତ କଣିହାଁ ଥାନା ଅନ୍ତର୍ଗତ ଦିଗନୁ ସାମଲ ନାମକ ଆଇ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲା । ସୋମାନଙ୍କଠାରୁ ୪ ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ମୋଟସାଇକେଲ ଚୋରୀ ଗ୍ଯାଙ୍ଗ ଗିରଫ – ଦୁଇ ନାବାଳକ ଥିଲେ ମାଷ୍ଟର ମାଇଣ୍ଡ ଅନୁଗୁଳ -(ଅନୁଗୁଳ ଅନଲାଇନ୍)- ୨୧/୦- ଅନୁଗୁଳ ଜିଲ୍ଲା ପୁଲିସକୁ ପୁଣି ଏକ ବଡ଼ ସଫଳତା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରୀ କରୁଥିବା ଏକ ମୋଟରସାଇକେଲ…
ଯୁବକକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ଅନୁଗୁଳ- ଅନୁଗୁଳ ସହର ହୁଲୁରିସିଂହାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ଯୁବକକୁ ବିଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି…
ବାପା-ମା ଓ ସ୍ତ୍ରୀ ସମେତ ଜେଲ ଗଲେ ନକଲି ମଦ ମାଫିଆ ଅନୁଗୁଳ – ଅନୁଗୁଳ ରାଣିଗୁଡା ଠାରେ ଘରଭଡା ନେଇ ନକଲି ମଦ ରାକେଟ ଚଳାଇଥିବା ମାଫିଆ ଜୟପ୍ରକାଶ ଗୁପ୍ତାକୁ ଗତକାଲି ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ…