ମୁଖ୍ୟ ଖବର ଚାକିରୀରୁ ବେଆଇନ ବହିଷ୍କାର ବିରୁଦ୍ଧରେ ଆମରଣ ଅନଶନ Angul OnlineNovember 2, 2022November 2, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଜଣ ଯୁବକ ଆମରଣ ଅନଶନରେ ବସିଛନ୍ତି । ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ ବହିଷ୍କାର କରା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ତାଳଚେର ରେଞ୍ଜ୍ ସିପୁର ସେକ୍ସନ୍ ରେ ଅଜିତ କୁମାର ସାହୁ ଓ ଅନ୍ୟ ଦୁଇ ଜଣ ଯୁବକ କାର୍ଯ୍ୟ କରୁଥିଲେ । ତେବେ ଦୁଇ ମାସ ହେବ ବିନା କୌଣସି ନୋଟିସରେ ଏମାନଙ୍କୁ ଚାକିରୀରୁ ବହିଷ୍କାର କରି ଦିଆ ଯାଇଥିଲା । ଚାକିରୀରୁ ବହିଷ୍କାର ପଛର କାରଣ ମଧ୍ୟ ସେମାନଙ୍କୁ ଦିଆ ଯାଇ ନଥିଲା । ଉପରିସ୍ଥ ଅଧିକାରୀଙ୍କୁ ଏ ନେଇ ପଚରା ଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ଆମରଣ ଅନଶନରେ ବସିବା ସହ ସେମାନଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି । Advertisement
ବିକୃତ ଧୋତି ପିନ୍ଧାକୁ ବିରୋଧ ପରେ ହଟିଲା ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି ଅନୁଗୋଳ – ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବିରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ…
ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଉପଜିଲ୍ଲାପାଳ ଅନୁଗୋଳ – ଆଜି ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ଅନୁଗୋଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ – ୫୫ର ସମ୍ପ୍ରସାରଣ , ଓଭର ବ୍ରିଜ୍…
ପୁଅକୁ କ୍ୟାନସର – ଟଙ୍କା ମାଗିବାରୁ ଚାକିରିରୁ ତଡିଦେଲା ମାଲିକ ଅନୁଗୁଳ – ଜୀବନ ସହ ସଂଗ୍ରାମ କରୁଛି ଓମ । ମାତ୍ର ତେର ବର୍ଷ ବୟସ । ହେଲେ ନିଷ୍ଠୁର ଭଗବାନ ଦେଇଛି ବଡ ରୋଗ ।…