ମୁଖ୍ୟ ଖବର ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ Angul OnlineNovember 3, 2022November 3, 2022 ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ ସେ ବିଧିବଦ୍ଧ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ଅନୁଗୁଳ ବିଜୁ ମୈଦାନ ଠାରୁ ସେ ଶତାଧିକ ସମର୍ଥକଙ୍କ ଗହଣରେ ଆସି ଟାମଡ଼ା କାର୍ଯ୍ୟାଳୟରେ ପହଞ୍ଚି ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଦାୟିତ୍ୱ ଗ୍ରହଣ ସମୟରେ ବିଜୁ ଯୁବ ଜନତା ଦଳ , ବିଜୁ ଜନତା ଦଳ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଥିଲା ।ଅନୁଗୁଳରେ ସେ ପହଞ୍ଚିବା ପରେ ବିଜେଡି କର୍ମୀ ଓ ସମର୍ଥକଙ୍କ ଗହଣରେ ବିଜୁ ମୈଦାନ ଯାଇ ସେଠାରେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଥିଲେ । ପରେ ବାଜା ବାଣ ବଜାଇ ସମର୍ଥକ ମାନେ ଶୋଭାଯାତ୍ରାରେ ଟାମଡା କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ । ଆଜି ଦାୟିତ୍ୱ ଗ୍ରହଣ ଅବସରରେ ଉପ ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ, ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ,ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହେନ୍ଦ୍ର ବସ୍ତିଆ, ସୁଜିତ ପ୍ରସାଦ ଦ୍ବିବେଦୀ , ଅଜିତ ପ୍ରସାଦ ଦ୍ବିବେଦୀ , ଯୁବ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ, କଣିହାଁ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । https://angulonline.com/odia/wp-content/uploads/2022/11/VID-20221103-WA0004.mp4 Advertisement
ପ୍ରଶାନ୍ତ ମେଣ୍ଡୁଲି – ଛୋଟ ଗାଁରୁ ଓଡ଼ିଶାର ଚର୍ଚ୍ଚିତ ଚେହେରା ଅନୁଗୋଳ – ଦୀର୍ଘ ତିନିଦିନ ଧରି ଡ୍ରାଇଭର ମହାସଂଘ ଆନ୍ଦୋଳନକୁ ଓଲ୍ହାଇଥିଲା । ଯାହାର ପ୍ରଭାବ ଜନଜୀବନ ଉପରେ ପଡିଥିଲା । ଏହାକୁ ହୃଦୟଙ୍ଗମ କରି ମୁଖ୍ୟ…
ବଦଳିଲେ ଡିଆଇଜି ସାର୍ଥକ ଷଡଙ୍ଗୀ ଅନୁଗୁଳ – ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ସାର୍ଥକ ଷଡଙ୍ଗୀଙ୍କ ବଦଳି ହୋଇଛି । ଗୃହ ବିଭାଗର ଚିଠି ଅନୁସାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରରୁ…
ଜିଲ୍ଲାରେ ପୁଣି ବଢିଲାଣି ସଂକ୍ରମଣ – ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ…