ମୁଖ୍ୟ ଖବରରାଜନୀତି ଅନୁଗୁଳ ଜିଲ୍ଲା ବିଜେପିର ନୂଆଁ ଟିମ Angul OnlineJanuary 24, 2021January 24, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆଜି ନୂତନ ଜିଲ୍ଲା ପଦାଧିକାରୀ , ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରା ଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ଦ୍ଵାରା ଘୋଷଣା କରିଥିବା ଏହି ନୂଆଁ ଟିମରେ ଚୌଧୁରୀ ପ୍ରଧାନ , ନୃସିଙ୍ଘ ବରାଳ , ଲିଙ୍ଗରାଜ ଦାସ , ଅଜିତ ପ୍ରଧାନ , ଅମିୟ ତ୍ରିପାଠୀ , ଜୟନ୍ତୀ ପ୍ରଧାନ , ଜ୍ୟୋତ୍ସ୍ନା ଦଳେଇ ଓ ସୁଜାତା ଦାସଙ୍କୁ ଅନୁଗୁଳ ଜିଲ୍ଲା ଉପ-ସଭାପତି ଭାବେ ଚୟନ କରା ଯାଇଛି । ସେହିଭଳି ପ୍ରକାଶ ଚନ୍ଦ୍ର ମହାରଣା ଓ ସୁଦୀପ ଗଡନାୟକ ଜିଲ୍ଲା ସାଧାରଣ ସମ୍ପାଦକ , ଚିତ୍ତ ରଞ୍ଜନ ମେହେର , ପ୍ରଶାନ୍ତ ନନ୍ଦ , ଅନିଲ ବେହେରା , ସବ୍ୟସାଚୀ ପାଣି , ପ୍ରଭାତ ପ୍ରଧାନ , ସୋମନାଥ ରାଉତ ଓ ଶୋଭାଗିନୀ ପ୍ରଧାନ ଜିଲ୍ଲା ସମ୍ପାଦକ , ବିଶ୍ଵଜିତ ମିଶ୍ର କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ସୁଦୀପ୍ତ ସ୍ଵାଇଁଙ୍କୁ ଯୁବ ମୋର୍ଚ୍ଚା ସଭାପତି , ବସନ୍ତ ମଞ୍ଜରି ପ୍ରଧାନ ମହିଳା ମୋର୍ଚ୍ଚା , ବିଜଯ ମାଝୀ କୃଷକ ମୋର୍ଚ୍ଚା , ଅଜୟ ଗୋଛାୟତ ଏସ॰ସି॰ ମୋର୍ଚ୍ଚା , ଦଣ୍ଡଧର ଦେହୁରି ଏସ॰ଟି॰ ମୋର୍ଚ୍ଚା ଓ ଏସ॰କେ॰ ମିନାହଜୁଦିନ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଭାବେ ଚୟନ ହୋଇଛନ୍ତି । ଏହି ନୂତନ ଟିମ ସହ ଆଜି ଦଳ ଜିଲ୍ଲା ସଭାପତିଙ୍କ ପକ୍ଷରୁ ସମସ୍ତ ନିର୍ବାଚନ ମଣ୍ଡଳୀର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରା ଯାଇଛି । Advertisement
ଅମାନିଆଙ୍କ ଠାରୁ ଆଦାୟ ହେଲାଣି ୭୬ ଲକ୍ଷ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବା ବେଲେ ଏହି ଦ୍ରୁତ ଗତିରେ ବ୍ରେକ୍ ଲଗାଇବା ପାଇଁ ଲକଡାଉନ୍ ଓ ସପ୍ତାହନ୍ତ…
ପୋଖରୀରେ ବୁଡି ବାଳକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପୋଖରୀକୁ ଗାଧୋଇବା ପାଇଁ ଯାଇ ଥିବା…
ଜାତୀୟ ରାଜପଥର ଦୁରାବସ୍ଥା ପ୍ରତିବାଦରେ ବସ ଚଳାଚଳ ବନ୍ଦ କରିବା ସହ ବସରେ କଳା ପତାକା ଅନୁଗୁଳ – ଅନୁଗୁଳରୁ କଟକ ୫୫ ନମ୍ବର ଜାତୀୟ ରାଜପଥ ଦୀର୍ଘ ଦିନରୁ ଶୋଚନୀୟ ଅବସ୍ଥାରେ ଥିବାରୁ ଏହି ରାଜପଥର ମରାମତି ଦାବି କରିଛି ରାଜ୍ୟ ଘରୋଇ…