ଅପରାଧ ମୋବାଇଲ ଚୋରୀ ଅଭିଯୋଗରେ ୩ କୋର୍ଟ ଚାଲାଣ Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ଥାନା ହେମସୁରପଡ଼ା ଅଞ୍ଚଳରୁ ଦୁଇଟି ମୋବାଇଲ ଚୋରୀ ହୋଇଥିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ବିଷ୍ଣ ନାଏକ , ହେମସୁର ପଡ଼ାର ରାଜେଶ ନାଏକ ଓ ବନ୍ତଳା ଥାନା ଦଳବେହେରାସାହିର ସୁଜିତ କୁମାର ନାଏକ । ସୂଚନା ଅନୁସାରେ , ଗତ ଏପ୍ରିଲ ୨୯ ତାରିଖରେ ହେମସୁରପଡ଼ାର ସର୍ବେଶ୍ବର ସାହୁଙ୍କ ଘରେ ଭୋର ସମୟରେ କେହି ପଶି ଦୁଇଟି ମୋବାଇଲ ଫୋନ୍ ନେଇଯାଇଥିଲେ । ଏନେଇ ସର୍ବେଶ୍ବର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଏସଆଇ ଅବଦୁଲ ୱାସିମ୍ ଖାନ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ଘଟଣା ଜଣା ପଡିବା ପରେ ଚୋରୀ ହୋଇଥିବା ଦୁଇଟି ମୋବାଇଲ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୋଳ – ମାତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୋଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ…
ଜାଲ ଇନଷ୍ଟାଗ୍ରାମରେ ମହିଳାଙ୍କ ଅଶ୍ଲିଳ ଫଟୋ ଦେଇ ଗିରଫ ହେଲେ ଯୁବକ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦ ଥାନା ଅଞ୍ଚଳର ଜଣେ ୨୭ ବର୍ଷର ମହିଳାଙ୍କ ନାମରେ ଜାଲ ଇନଷ୍ଟାଗ୍ରାମ ଆଇଡି ଖୋଲି ଅଶ୍ଳିଳ ଭିଡିଓ ଓ…
ସାମାଜିକ ଗଣମାଧ୍ୟମରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ – ଥାନାରେ ମାମଲା ଅନୁଗୁଳ – ଅନୁଗୁଳ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଫଟୋରେ ଅଶ୍ଳୀଳ ଫଟୋ ଯୋଡି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରା ଯାଇଥିବା ନେଇ ଅଭିଯୋଗ ହୋଇଛି…