ମୁଖ୍ୟ ଖବର ଭଡାଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ସହର ଟାଉନ ହାଇସ୍କୁଲ ପଛ ପାଖରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ମୃତ ଦେହ ଜବତ ହୋଇଛି । ତେବେ ମୃତ ମହିଳା ହେଲେ ୨୮ ବର୍ଷୀୟ ଲୋପିତା ଖଣ୍ଡୁଆଳ । ସୂଚନା ଅନୁସାରେ ଲୋପିତାଙ୍କ ସ୍ଵାମୀ ରେଳ ବିଭାଗରେ ଚାକିରି କରୁଥିବା ବେଳେ ଭଡା ଘରେ ଲୋପିତା ପ୍ରାୟ ଏକୁଟିଆ ରୁହନ୍ତି । ଲୋପିତା ଆଜି ସନ୍ଧ୍ୟାରେ ତାଙ୍କର ୮ ବର୍ଷୀୟ ପୁଅକୁ ଇକୋ ପାର୍କ ପାଖରେ ଥିବା ତାଙ୍କ ସାଙ୍ଗ ଘରେ ଛାଡି ଦେଇ ଆସିଥିଲେ । ବହୁ ସମୟ ଧରି ନ ଆସିବାରୁ ତାଙ୍କ ସାଙ୍ଗ ଲୋପିତାଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ଫୋନ କରିବା ପରେ ନ ଉତ୍ୟହାଇବାରୁ ବାଧ୍ୟ ହୋଇ ତାଙ୍କ ସାଙ୍ଗ ଲୋପିତାଏନକେ ପୁଅକୁ ଧରି ଲୋପୀତା ରହୁଥିବା ଭଡାଘରକୁ ଆସିଥିଲେ । ତେବେ ଘର ଭିତର ପଟରୁ ବନ୍ଦ ଥିବା ବେଳେ କେହି ନଶୁଣିବାରୁ ତାଙ୍କର ସନ୍ଦେହ ହୋଇଥିଲା । ଝରକାରେ ଦେଖିବା ବେଳେ ଲୋପିତାଙ୍କ ମୁତଦେହ ଝୁଲୁଥିବା ଦେଖି ସେ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରତମ୍ଭ କରିଥିବା ବେଳେ ତାଙ୍କ ସ୍ବାମୀଙ୍କୁ ସୂଚନା ଦିଆ ଯାଇଛି । Advertisement
କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା…
ଦୁଇ ବର୍ଷ ପରେ ଖୋଲିବ ପ୍ରକୋଷ୍ଠ – ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି ଅନୁଗୁଳ – ସୋମବାରରୁ ସବୁ ସରକାରୀ କାର୍ଯ୍ୟାଳୟରେ ହେବ ଅଭିଯୋଗ ଶୁଣାଣି । ଦୁଇ ବର୍ଷ ପରେ ପୁଣି ଥରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବ । ପୂର୍ବପରି…
ଗଛ ଉପରେ ଚଢିଗଲେ ବୃଦ୍ଧା – ନାକେଦମ ପରିବାର ଓ ଗ୍ରାମବାସୀ ଅନୁଗୁଳ – ୩୦ ଫୁଟ ଉଚ୍ଚ ନିମ୍ବ ଗଛକୁ ଚଢ଼ିଗଲେ ବୃଦ୍ଧା ହେଲେ ଓହ୍ଲାଇ ନ ପାରି ଘଣ୍ଟାଏ କାଳ ବସି ରହିଲେ ଗଛ ଉପରେ ।…