ମୁଖ୍ୟ ଖବର କୂଅ ଭିତରୁ ନିଖୋଜ ବୃଦ୍ଧଙ୍କ ମୁତଦେହ ଉଦ୍ଧାର Angul OnlineApril 27, 2022April 27, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଗ୍ରାମର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଘର ସମ୍ମୁଖ କୂଅରୁ ଉଦ୍ଧାର କରାଯାଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ପୁଲିସ ମୃତଦେହ ଜବତ କରି ତଦନ୍ତ ଚଳେଇଛି । ସୂଚନା ଅନୁସାରେ ଛେଣ୍ଡିପଦା ଗ୍ରାମର ୬୦ ବର୍ଷୀୟ ପ୍ରାଣବନ୍ଧୁ ସେଠୀଙ୍କ ମୃତଦେହ ତାଙ୍କ ଘର ସମ୍ମୁଖରେ ଥିବା କୂଅରେ ଭାସୁଥିବା ଅବସ୍ଥାରେ ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଉପସ୍ଥିତିରେ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ ରବିବାର ଦିନରେ ପ୍ରାଣବନ୍ଧୁ ଗ୍ରାମର କିଛି ବ୍ୟକ୍ତିଙ୍କ ସହିତ ଭୋଜି କରିଥିଲେ । ସନ୍ଧ୍ୟାରେ ମଧ୍ୟ ଭୋଜିରୁ ବଳିଥିବା ମାଂସ ଓ ମୁଢି ଖାଇ ଗୋଷ୍ଠୀ ଆସରରେ ରହିଥିଲେ । ତେବେ ସେ ଆଉ ଘରକୁ ଫେରି ନଥିଲେ । ରାତି ୯ ଟାରୁ ଘରୁ ନିଖୋଜ ଥିଲେ ପ୍ରାଣବନ୍ଧୁ । ନିଖୋଜ ପରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହିତ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ଖୋଜାଖୋଜି କରୁଥିବା ବେଳେ ଗ୍ରାମବାସୀ କୂଅରେ ତାଙ୍କ ମୃତହେଦ ଭାସୁଥିବା ଦେଖିବାକୁ ପାଇଥିଲେ । ପ୍ରଥମେ ମୃତଦେହ ସମ୍ପର୍କରେ କୌଣସି ଆଭାସ ମିଳିନଥିଲା । ଗତକାଲି ରାତି ୧୨ ଟାରୁ ୪୦ମିନିଟ ଧରି ଲାଇନ କଟିଥିବା ସମୟରେ ସ୍ଥାନୀୟ ଲୋକେ କୂଅରେ କିଛି ପଡ଼ିବା ଭଳି ଶବ୍ଦ ଶୁଣିବାକୁ ପାଇଥିଲେ । ଶବ୍ଦ ଶୁଣି କୂଅ ନିକଟରେ ସ୍ଥାନୀୟ ଲୋକମାନେ ଆସି ପ୍ରାଣବନ୍ଧୁଙ୍କ ମୃତଦେହ ଦେଖିବାକୁ ପାଇଥିଲେ । କୂଅରେ ମୃତଦେହ ଦେଖି ପୁଲିସକୁ ଜଣେଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଠାବ କରିଥିଲା । ଆଜି ସକାଳେ ପୁଲିସ କୂଅରୁ ପ୍ରାଣବନ୍ଧୁଙ୍କ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଉପସ୍ଥିତିରେ ତଦନ୍ତ ଚଳାଇଛି । Advertisement
ଛୁରା ମାଡରେ ଦୁଇ ଗୁରୁତର – ଜଣେ ଆହତ ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ଚଣ୍ଡୀବଜାର ନିକଟରେ ଆଜି (ଗୁରୁବାର) ରାତି ପ୍ରାୟ ୯ ବେଳେ ଦୁବୃତ୍ତଙ୍କ ଛୁରା ମାଡରେ ୨ ଜଣ ଗୁରୁତର ହୋଇଥିବା…
ଖୁବଶୀଘ୍ର ହେବ ରାଜପଥ ମରାମତି – ଜିଲ୍ଲାପାଳ ଦେଲେ ସୂଚନା(ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ମଧ୍ୟରେ ଥିବା ୫୫ ନମ୍ୱର ଜାତୀୟ ରାଜପଥ ଦେଇ ଯିବା ଆସିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଛି । ରାସ୍ତାର…
ଟ୍ରକ ମାଲିକ ଓ ନାଲକୋ ବିବାଦ ତୁଟିଲା – ସେପଟେ ୧୬ ଟ୍ରକ ମାଲିକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଓ କୁଲାଡ ଟ୍ରକ ମାଲିକ ସଂଘକୁ ସଠିକ ମାତ୍ରାରେ ଆଲୁମିନିୟମ ପରିବହନ ମିଳୁ ନଥିବାରୁ ଟ୍ରକ ସଂଘ…