କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଗିରଫ


ଅନୁଗୁଳ – ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସକାଳେ କୋଇଲା ଚୋରା ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଅଟୋକୁ ଜବତ କରିଛି। ସୂଚନା ଅନୁସାରେ , ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଆଜି ସକାଳେ କରଡ଼ାଗାଡ଼ିଆ ଗାଁର ବିଷ୍ଣୁ ଚରଣ ସାମଲ(୩୫)ଙ୍କ ଘରପାଖରେ ଏକ ଅଟୋକୁ ଜବତ କରିଥିଲା । ଏଥିରେ ପ୍ରାୟ ୧.୩ ଟନ୍ ଚୋରା କୋଇଲା ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ପୁଲିସ ଅଟୋ ଚାଳକ ଢ଼େଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଇଶ୍ବରପାଳ ଗାଁର ଅକ୍ଷୟ କୁମାର ସାମଲ(୪୦)ଙ୍କୁ ପଚରାଉଚୁରା କରିବାକୁ ଜାଣିବାକୁ ପାଇଲା ଯେ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର ପ୍ରକାଶ ମୁଖି(୪୫)ଙ୍କୁ ଧରି ତାଳଚେର ହିଙ୍ଗୁଳା କୋଇଲା ଖଣିରୁ କୋଇଲା ଚୋରି କରି ବିଷ୍ଣୁଙ୍କୁ ବିକ୍ରି କରୁଛନ୍ତି। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଅକ୍ଷୟ, ବିଷ୍ଣୁ ଓ ପ୍ରକାଶଙ୍କୁ ଗିରଫ କରି ଅଟୋ ଓ କୋଇଲାକୁ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page