ମୁଖ୍ୟ ଖବର କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି Angul OnlineApril 4, 2022April 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ତିନି ଜଣ ବ୍ୟକ୍ତି ଏକ ମାରୁତି ଭ୍ୟାନରେ ବନ୍ଦା ଆଡୁ ବଅଁରପାଳ ଆଡକୁ ଯାଉଥିଲେ । ତେବେ ବନ୍ଦା ନିକଟରେ ଥିବା ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ହଠାତ ନାଲକୋ କାରଖାନାର ଟ୍ରେନ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ କାରଟି ଚୁରମାର ହୋଇ ଯାଇଥିବା ବେଳେ ସେଥିରେ ଥିବା ତିନି ଜଣ ଆହତ ହୋଇଥିଲେ । ଡ୍ରାଇଭରର ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ପରିଚୟ ଜଣା ପଡି ନାହିଁ । Advertisement
ଯୁବକଙ୍କ ଉନ୍ମତ କାଣ୍ଡ – ମହିଳା ପୋଲିସ ଏସ.ଆଇ.ଙ୍କ ମୁଣ୍ଡ ଫଟାଫ ଦେଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଚନ୍ଦନ ଯାତ୍ରାରେ ଯୁବକଙ୍କ ଉନ୍ମତ କାଣ୍ଡ l ଯୁବକଙ୍କ ମାଡ଼ରେ ଛେଣ୍ଡିପଦା ଥାନା ମହିଳା ପୁଲିସ ଏସଆଇ ଶୁଭଲଷ୍ମୀ ସିଂ…
ଦୋଳଯାତ୍ରାରେ ବୁଲିଲା ଖଣ୍ଡା – ଦୁଇ ଆହତ ଅନୁଗୁଳ – ଅନୁଗୁଳ ସଦର ଥାନା କୁଶାସିଂହା ଗାଁରେ ଦୋଳଯାତ୍ରା ଚାଲିଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ…
କୋଭିଡ ନିୟମକୁ ଫୁ କରି ବିଧାୟକଙ୍କ ସଭା – କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି ପାଲଲହଡା – ପ୍ରଶାସନର ନାକ ତଳେ କରୋନା ଗାଇଡଲାଇନର ଖୋଲାଖୋଲି ଉଲ୍ଲଂଘନ । ତା ପୁଣି ଖୋଦ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା…