ଆଞ୍ଚଳିକ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ Angul OnlineJuly 22, 2021July 22, 2021 ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁରୁଡୁଲୁ ଗ୍ରାମରେ ଗତକାଲି ରାତିରେ କାନ୍ଥ ଭୁଶୁଡି ସ୍ଵାମୀ-ସ୍ତ୍ରୀ ଓ ଝିଅ ଆହତ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଖାଇ ସାରିବା ପରେ ସପରିବାର ଗୋଟିଏ ଘର ଭିତରେ ଶୋଇଥିଲେ । ଗତ କାଲି ବର୍ଷା ହେବା ଫଳରେ କୁରୁଡୁଲୁ ଗ୍ରାମର ବାବୁଲି ନାୟକଙ୍କ ଚାଳ ଘରର ମାଟି କାନ୍ଥ ଭିଜି ଯାଇ ଭୁଶୁଡି ପଡିଥିଲା । ଶୋଇଥିବା ବାବୁଲିଙ୍କ ପରିବାର କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ । ସେମାନଙ୍କ ଚିତ୍କାର ଶୁଣି ପାଖ ପଡୋଶୀ ଧାଇଁ ଆସି ମାଟି ତଳେ ଚାପି ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ବାବୁଲିଙ୍କ ଝିଅ ସୋନାଲି ନାୟକଙ୍କ ଗୋଡ ଭାଙ୍ଗି ଯାଇଥିବା ବେଳେ ସ୍ତ୍ରୀ ସାବିତ୍ରୀ ନାୟକଙ୍କ ଅଣ୍ଟାରେ ଆଘାତ ଲାଗିଛି । ପୁଅ ସୁଭନ ଜୋତି ନାୟକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣା ପଡିଛି । ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । Advertisement
କାର ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ସିଙ୍ଗରାଣୀ କମ୍ପାନୀର ଖଣି କାର୍ଯ୍ୟ ଆରମ୍ଭ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଧିନସ୍ତ ନୟନୀ କୋଲ ବ୍ଲକର ପ୍ରସ୍ତାବିତ କୋଇଲା ଖଣି ଅଞ୍ଚଳରେ ଆଜି (ବୁଧବାର) ଭୂମି ପୂଜନ କରି ଖନନ କାର୍ଯ୍ୟ…
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟରେ ଆଜି ମଧ୍ୟାହ୍ନରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…