ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ମୋଟରସାଇକେଲ ଆରୋହୀ ମୃତ Angul OnlineJuly 22, 2021July 22, 2021 କଣିହାଁ- ଅନୁଗୁଳ ଜିଲ୍ଲା ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟସ୍ଥ ବଲାଙ୍ଗି- ସମଲ ରାସ୍ତାରେ ଭୋର ସମୟରେ ମୋଟରସାଇକେଲରେ ଯାଉଥିବା ଦୁଇଜଣକୁ କୌଣସି ଅଜଣା ଗାଡି ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣା ପଡିଛି । ଆହତଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁସରେ ପରଜଙ୍ଗ ବ୍ଲକ ଦଦରାଘାଟି ୩ ନମ୍ବର ଗାଁର ଗଣେଶ୍ୱର ସାହୁଙ୍କ ପୁଅ ସାଗର ସାହୁ ଓରଫ କାଳିଆ ଏବଂ ଦୀପକ ନାୟକ ଏନଟିପିସି କଣିହାଁ ପ୍ଲାଣ୍ଟରେ କାମ କରୁଥିଲେ । ନାଇଟ ଡିୟୁଟି ସାରି ଉଭୟ ଆଜି(ବୁଧବାର) ସକାଳେ (ଓଆର -୧୯ ଜି ୩୫୨୮)ମୋଟରସାଇକେଲରେ ଏନଟିପିସି ପ୍ଲାଣ୍ଟରୁ ସମଲ ବ୍ୟାରେଜ ରାସ୍ତାଦେଇ ନିଜ ଗାଁକୁ ଫେରୁଥିଲେ । ସମଲ ଥାନା ପୁରୁଣାବଲାଙ୍ଗି ଗାଁ ନିକଟ ରାସ୍ତାରେ ସେମାନଙ୍କୁ କୋଣସି ଏକ ଅଜଣାଗାଡି ଧକ୍କାଦେବାରୁ ଘଟଣାସ୍ଥଳରେ ସାଗର ସାହୁ ଓରଫ କାଳିଆଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସହିତ ମୋଟରସାଇକେଲରେ ବସି ଯାଉଥିବା ଦୀପକ ନାୟକ ଆହତ ହୋଇଥିଲେ । ଖବରପାଇ ସମଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋଟରସାଇକେଲ ସହ ମୃତକଙ୍କ ଶବକୁ ଜବତକରି ତଦନ୍ତ ଜାରି ରଖିଛି । Advertisement
ଜି.ଏମ.ଡି.ସି.କୁ ନା – ଗାଁରେ ପ୍ରବେଶ ନିଷେଧ କଲେଣି ଲୋକେ ଅନୁଗୁଳ – ଘରେ ନ ପଶୁଣୁ ଚାଳ ବାଜିଲାଣି। କମ୍ପାନୀ ଆରମ୍ଭ ହେବା ତ ଦୂରର କଥା ପରିବେଶ ସଂକ୍ରାନ୍ତୀୟ ଜନ ଶୁଣାଣି ହେବା ପୂର୍ବରୁ ସବୁଠି…
ସାତକୋଶିଆରେ ଅଣ୍ଡା ଫୁଟି ବାହାରିଲେ ଘଡିଆଳ ଛୁଆ ଅନୁଗୋଳ – ଅନୁଗୋଳ ଜିଲ୍ଲା ସାତକୋଶିଆରୁ ପୁଣି ଥରେ ଖୁସି ଖବର ଆସିଛି । ଘଡିଆଳ କୁମ୍ଭୀର ପାଇଁ ସାରା ଦେଶରେ ପରିଚିତ ସାତକୋଶିଆରେ କ୍ରମାଗତ ତୃତୀୟ…
ଦେଢ଼ କୋଟି ଟଙ୍କାର ବାଣ ଜବତ – ୧୩ ଜଣ ଗିରଫ ଅନୁଗୁଳ – ବେଆଇନ ବାଣ ଗଛିତ ରଖିଥିବା ବେପାରୀଙ୍କ ଉପରେ ଅନୁଗୁଳ ପୁଲିସର କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ କରି ପ୍ରାୟ…