ଅପରାଧ ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣ ଗିରଫ Angul OnlineAugust 5, 2023August 5, 2023 ଅନୁଗୁଳ – ଅନୁଗୁଳ ଟାଉନ୍ ପୁଲିସ ପାଣିପମ୍ପ ଓ ସୁନା ଗହଣା ଚୋରି ଅଭିଯୋଗରେ ଶନିବାର ୩ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ , ହାକିମପଡ଼ାର ପେସାଦାର ଅଭିଯୁକ୍ତ ଟଟ ଓରଫ ବସନ୍ତ ଗୋଚ୍ଛାୟତ(୩୦) ଗତ ମେ ମାସ ୨୨ ତାରିଖ ରାତିରେ ମାଳତୀ ବିହାରର ଅକ୍ଷୟ କୁମାର ପରିଡ଼ା(୫୧)ଙ୍କ ଘରୁ ଏକ ସମରସିବଲ ପାଣିପମ୍ପ ଚୋରି କରିଥିଲେ । ଏ ନେଇ ଅଭିଯୋଗ ପାଇବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା । ସେହିଭଳି ମାଟିଆସାହିର କୁମୁଦ ଚନ୍ଦ୍ର ନାୟକଙ୍କ ଘରୁ ମେ ମାସ ୨୪ ତାରିଖରେ ୫୦ ହଜାର ଟଙ୍କା ଓ ସୁନା ଗହଣା ଚୋରି ହୋଇଥିଲା । ଏ ନେଇ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ହାକିମପଡ଼ାର ଟଟଙ୍କୁ ଶନିବାର ଗିରଫ କରିଛି । ଟଟଙ୍କ ବୟାନକୁ ଆଧାରକରି ପୁଲିସ ଖଲାରୀଠାରେ ଥିବା ଏକ କବାଡ଼ି ଦୋକାନରୁ ପାଣିପମ୍ପ ଜବତକରି ମାଲିକ ବିକାଶ ଗୁପ୍ତାଙ୍କୁ ଗିରଫ କରିଛି । ସେହିଭଳି ଗୋପିନାଥପୁର ଗାଁର ଦେବାନନ୍ଦ ଗୋଚ୍ଛାୟତଙ୍କ ଘରୁ ସୁନା ଗହଣା ଜବତକରିଛି । ପୁଲିସ ଟଟ, ବିକାଶ ଓ ଦେବାନନ୍ଦଙ୍କୁ କୋର୍ଟ ଚାଲାଣ କରିଛି । Advertisement
ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ । ୧୫/୦୨/୧୫ ମସିହାରେ ଅନୁଗୁଳ ଶାବଳଭଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ରଶ୍ମିତା ବିଶ୍ୱାଳକୁ ତଣ୍ଟି…
ପୁଣି ଏକ କଙ୍ଗାରୁ କୋର୍ଟ – ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼ ପାଲଲହଡା – ପରକିୟା ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ । ପରିବାର ଓ ପଡୋଶୀଙ୍କ ଦ୍ଵାରା ପ୍ରେମିକ ବନ୍ଧା ହୋଇ ନିସ୍ତୁକ ମାଡ । ଆଉ ଏହି…
୧୧ କେଜି ଗଞ୍ଜେଇସହ ୨ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଗୁରୁବାର ୧୧ କେଜି ଗଞ୍ଜେଇସହ ୨ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ , ଦେବଗଡ଼…