ଅପରାଧ କାର ସହ ଗଞ୍ଜେଇ ଜବତ – ଜଣେ ଗିରଫ Angul OnlineJune 23, 2021June 23, 2021 ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ଆଉଁଳି ନଦୀ ପୋଲ ଉପରୁ ଛେଣ୍ଡିପଦା ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିବା ସହ କାର ଚାଳକକୁ ଗିରଫ କରିଛି । ଗିରଫ ଚାଳକ ଜଣକ ହେଲେ ପାଟକମୁଣ୍ଡା ପଞ୍ଚାୟତ ଭାଲୁଖାଇଢ଼ିପ ଗାଁର ଜିତେନ୍ଦ୍ର ସାହୁ । ସୂଚନା ଅନୁସାରେ ପାଟକମୁଣ୍ଡା ଅଞ୍ଚଳରୁ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ ବୁଧବାର ବିଳମ୍ବିତ ରାତିରେ ଆଉଁଳି ନଦୀ ଉପରେ ଜଗି ରହିଥିଲେ । ସେହି ସମୟରେ ଭାଲୁଖାଇଢିପ ଗ୍ରାମର ଜିତେନ୍ଦ୍ର ସାହୁ ତାଙ୍କ ଟାଟା ଟିଆଗୋ ଗାଡିରେ ଫେରୁଥିବା ବେଳେ ପୋଲିସ ଗାଡିକୁ ଯାଞ୍ଚ କରିବା ସହିତ ଗାଡି ଭିତରେ ଥିବା ଏକ ବ୍ୟାଗରୁ ୩ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ପୁଲିସ କାର ସହ ଗଞ୍ଜେଇକୁ ଜବତ କରିବା ସହିତ ଗାଡିର ଚାଳକକୁ ଗିରଫ କରିଥିଲା । ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ଜିତେନ୍ଦ୍ରକୁ ପୋଲିସ କୋର୍ଟ ଚାଲାଣ କରିଛି । ଉକ୍ତ ଗଞ୍ଜେଇକୁ ଜିତେନ୍ଦ୍ର ଫୁଲବାଣିରୁ ବିକ୍ରି କରିବା ଉଦ୍ଦେଶ୍ୟରେ ଘରକୁ ଆଣୁଥିବା ଜିତେନ୍ଦ୍ର ସ୍ଵୀକାର କରିଛି ବୋଲି ଛେଣ୍ଡିପଦା ଥାନା ଏସଆଇ ଅଜୟ କୁମାର ସାହୁ ପ୍ରକାଶ କରିଛନ୍ତି । Advertisement
ମଦ ଦୋକାନ ଡକାୟତି ଘଟଣାରେ ତିନି ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଟିଟିପିଏସ ଠାରେ ଥିବା ଏକ ମଦ ଦୋକାନରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ ଘଟଣାରେ ତାଳଚେର…
ଚକୋଲେଟ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ – ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅଞ୍ଚଳର ଜଣେ ୮ ବର୍ଷର ନାବାଳିକାଙ୍କୁ ଚକୋଲେଟ ଦେଇ ବୁଦା ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିବା ଜଣେ…
ସ୍ତ୍ରୀକୁ ହତ୍ୟା ଘଟଣା, ପୁଲିସ ହତ୍ୟାକାରୀ ସ୍ୱାମୀକୁ ନେଇ କଲା ସିନ୍ ରିକ୍ରିଏସନ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଗତ କାଲି ସ୍ତ୍ରୀ ହତ୍ୟା କରି ଫେରାର୍ ହୋଇ ଯାଇଥିବା ସ୍ୱାମୀକୁ ଧରିଲା ପୁଲିସ ।…