ଅପରାଧ ଶାଶୁ-ଶଶୁରଙ୍କୁ ଜ୍ଵାଇଁର ମରଣାନ୍ତକ ଆକ୍ରମଣ Angul OnlineApril 5, 2022April 5, 2022 ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗ୍ରାମରେ ଜ୍ଵାଇଁର ଆକ୍ରମଣରେ ଶାଶୁ ଶଶୁର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ପାରିବାରିକ କଳହକୁ କେନ୍ଦ୍ର କରି ଜ୍ବାଇଁ ରାସୋଳ ଥାନା ଗଞ୍ଜରା ଗ୍ରାମର ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇ ଶଶୁର ଘରକୁ ଆସି ବାରମ୍ବାର ହତ୍ୟା ଧମକ ଦେବା ସହ ଦୁର୍ବ୍ୟବହାର କରି ଆସୁଥିଲେ । ଗତକାଲି ଜ୍ୱାଇଁ ଶ୍ରୀଥିକଣ୍ଠ ଭୋଇଙ୍କ ସହ ତାଙ୍କ ସହଯୋଗୀ ନାଥ ଭୋଇ , ଟଙ୍କଧର ଭୋଇ ଶଶୁର ଘରକୁ ଆସି ଆସି ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଫଳରେ ଶଶୁର ଘନ ବେହେରାଓ ଶାଶୁ ରଜନୀ ବେହେରା ଗୁରୁତର ହୋଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଉଭୟ ବୁଦ୍ଧ ଦମ୍ପତ୍ତିଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସ ନିକଟରେ ଅଭିଯୋଗ ହେବା ପରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରୁଛି । Advertisement
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…
ଶୈଳଶ୍ରୀକ୍ଷେତ୍ର ଠାକୁରଙ୍କ ମଥାରୁ ଚିତା ଚୋରି କରିନେଲେ ଚୋର ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଚୋରି ହୋଇଥିବା ବେଳେ ଶ୍ରୀ ଜୀଉଙ୍କ ତିନୋଟି ଚିତା ବା ମଥାମଣି ଦୁର୍ବୃତ୍ତ…
ଚାରି ଡକାୟତ ଗିରଫ – ଜିଲ୍ଲାର ବିଭିନ୍ନ ସ୍ଥାନରେ ଡକାୟତି ଓ ଲୁଟ କରିଥିଲେ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କବଜାରେ ୪ କୁଖ୍ୟାତ ଅପରାଧୀ ଧରା ପଡିଛନ୍ତି । ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୫ଟି ହାତବୋମା ଓ…