ମୁଖ୍ୟ ଖବର ପୋଖରୀରେ ବୁଡ଼ି ଜଣେ ମୃତ Angul OnlineAugust 2, 2022August 2, 2022 ଅନୁଗୁଳ – ଅନୁଗୁଳ ଜିଲା ଜରପଡା ଥାନା ନାକାଚଣିତାଳ ଗାଁ ବନ୍ଧ ପୋଖରୀରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ନାକଚଣିତାଳ ଗାଁର ୫୨ ବର୍ଷୀୟ ହୃଦାନନ୍ଦ ବାରିକ ବୋଲି ଜଣାପଡିଛି । ହୃଦାନନ୍ଦ ବାରିକ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କର ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ତେବେ ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଆସିଥିବା ବେଳେ ପୋଖରୀ ତୁଠରେ ଚପଲ ଥିବା ଦେଖି ତାଙ୍କର ସନ୍ଦେହ ହୋଇଥିଲା । ଏ ନେଇ ସେ ଗାଁର ଅନ୍ୟ ଲୋକ ମାନଙ୍କୁ କହିବା ସହିତ ପୋଖରୀରେ ବୁଡି ଖୋଜାଖୋଜି କରିବା ପରେ ପାଣି ଭିତରୁ ହୃଦାନନ୍ଦଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଶିଶୁ କନ୍ୟାକୁ ବିକ୍ରି ଅଭିଯୋଗ, ଉଦ୍ଧାର କଲା ଚାଇଲଡ ଲାଇନ – ନ୍ୟାୟ ପାଇଁ ଥାନାରେ ଦହଗଞ୍ଜ ହେଲା ଶିଶୁ କନ୍ୟା ଛେଣ୍ଡିପଦା – ଅଲୋଡ଼ା ଶିଶୁ କନ୍ୟା ଜଙ୍ଗଲରୁ ଉଦ୍ଧାର ହେବା ପରେ ଶିଶୁ କନ୍ୟାକୁ ବିକ୍ରି କରି ଦିଆଯାଇଥିଲା । ଏହି ଖବର ପାଇ ଅନୁଗୋଳ ଚାଇଲଡ…
ପୂର୍ବତନ ଜିଲ୍ଲା ପରିଷଦଙ୍କ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ଶୁକ୍ରବାର ଦିନ ଜଣେ ହତ୍ୟାକାରୀକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଆଜୀବନ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ସୂଚନା ଅନୁସାରେ…
୩୦ ବର୍ଷର ରେକର୍ଡ ଭାଙ୍ଗିଲା – ସାତକୋଶିଆରେ ଅଣ୍ଡାରୁ ଫୁଟି ବାହାରିଲେ ୨୮ ଘଡ଼ିଆଳ ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷର ରେକର୍ଡ ଭାଙ୍ଗି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ…