ମୁଖ୍ୟ ଖବର ଭାରିଯାନ ଚଳାଚଳ ଉପରେ ଗ୍ରାମବାସୀ ଲଗାଇଲେ କଟକଣା Angul OnlineNovember 4, 2022November 4, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା କୋଶଳା ଦେଇ ଯାଇଥିବା ରାଜ୍ୟ ରାଜପଥରେ ଅନେକ ଦିନ ହେଲା କୋଇଲା ଗାଡି ଚଳାଚଳ କରୁଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । କୋଇଲା ଗାଡି ଚଳାଚଳ ଯୋଗୁଁ ରାସ୍ତା ନଷ୍ଟ ହୋଇ ଗଲାଣି । ଅନେକ ସମୟରେ ଦୁର୍ଘଟଣା ଘଟୁଛି । କୋଶଳା ଗ୍ରାମ ପାଞ୍ଚୟତ ଦେଇ ୬୩ ନମ୍ବର ରାଜ୍ୟ ରାଜପଥ ଗମନାଗମନର ମୁଖ୍ୟ ମାଧ୍ୟମ ହୋଇ ରହିଛି । ଏହି ରାଜପଥ ବିପଦ ସଙ୍କୁଳ ଅବସ୍ଥାରେ ପହଞ୍ଚି ସାରିଲାଣି । ଜନସାଧାରଣ ଭୋଗୁଥିବାଏହି ଅସୁବିଧା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ଦ୍ବାରା ୨୬.୦୯.୨୦୨୨ ତାରିଖରେ ଅବଗତ କରାଯାଇ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ତେବେ ଜିଲ୍ଲା ପ୍ରଶାସନର ପ୍ରତିଶୃତିର ଅଣଦେଖା କରିଥିବା କୋଶଳା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପାଇଁ କୋଶଳା ଗ୍ରାମର ଜନସାଧାରଣ , ସ୍କୁଲ ଛାତ୍ରଛାତ୍ରୀ , ଯାତାୟତ କରୁଥିବା ପଥଚାରୀଙ୍କ ଜନଜୀବନ ସୁରକ୍ଷା ଦୃଷ୍ଟିରୁ କୋଶଳା ଗ୍ରାମ ପାଞ୍ଚୟତରେ ଥିବା ସମସ୍ତ ଯୁବସମାଜ , କ୍ଲବ , ସଂଘଙ୍କୁ ନେଇ ଏକ ସଚେତନ ଯୁବ କ୍ରିୟାନୁଷ୍ଠାନ କମିଟି ପୁଣି ଏକ ବିଶାଳ ଜନ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଅଛି । ଏବଂ ୦୫ ତାରିଖ ( ଶନିବାର ) ଠାରୁ କୋଶଳା ଦେଇ ଯାଇଥିବା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ କୋଇଲା ବୋଝେଇ ଭାରିଯାନ ଚଳାଚଳକୁ ସମ୍ପୂର୍ଣ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । Advertisement
କାଙ୍ଗୁଲା ଦୁଷ୍କର୍ମ ଓ ହତ୍ୟା ମାମଲା – ଦୋଷୀ ସାବସ୍ତ୍ୟ ହେଲା ଅନାମ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ବହୁ ଚର୍ଚିତ କାଙ୍ଗୁଲା ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା ଘଟଣାର ଅଭିଯୁକ୍ତ ଅନାମ ଦୋଷୀ ସାବସ୍ତ୍ୟ ହୋଇଛି…
ସ୍କୁଲରେ ଖେଳୁଥିବା ବେଳେ ବଜ୍ରଘାତରେ ସପ୍ତମ ଶ୍ରେଣୀ ଛାତ୍ର ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି(ଗୁରୁବାର) ଅପରାହ୍ନରେ ଏକ ଅଘଟଣ ଘଟି ଯାଇଛି । ସ୍କୁଲ ପରିସରରେ ଖେଳୁଥିବା…
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…