ମୁଖ୍ୟ ଖବର ଅଙ୍ଗନୱାଡି ଚାଉଳ ହେରଫେର – ଏଜେଣ୍ଟଙ୍କ ବିରୁଦ୍ଧରେ ଅଭିଯୋଗ Angul OnlineNovember 4, 2022November 4, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଅଙ୍ଗନୱାଡି ଚାଉଳ ହେରଫେର ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଙ୍ଗନୱାଡି କେନ୍ଦ୍ର ପାଇଁ ଆସୁଥିବା ଚାଉଳ ଯୋଗାଣରେ ଦୁଇ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟଙ୍କ ହେରଫେର କରିଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଗୁଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ୨୦୧୬ – ୧୭ ଓ ୨୦୧୮ – ୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ସପ୍ଲିମେଣ୍ଟାରୀ ନ୍ୟୁଟିସନାଲ ପ୍ରୋଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ଚାଉଳ ଯୋଗାଣ ହୋଇଥିଲା । ଦୁଇଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ ଦେବାଶିଷ ଥମ୍ବ ଓ ଘନଶ୍ୟାମ ସାହୁ ଗୋଦାମରୁ ଚାଉଳ ଉଠାଇଥିଲେ । ତେବେ ଅଡିଟ ବେଳେ ଚାଉଳ ପାଇଁ ଦିଆ ଯାଇଥିବା ସ୍ଲିପ ଗୁଡିକ ମଧ୍ୟରେ ତାଳମେଳ ନ ଥିବାରୁ ଚାଉଳ ହେରାଫେରି କଥା ପଦାକୁ ଆସିଥିଲା । ଦୁଇ ଏଜେଣ୍ଡ ମିଶି ପ୍ରାୟ ୧୯୪୭.୧୧ କିଣ୍ଡାଲ ଚାଉଳ ହେରାଫେରି ହୋଇଥିବା ଜଣାପଡିଛି । ହେରଫେର ହୋଇଥିବା ଚାଉଳର ବଜାର ମୂଲ୍ୟ ପ୍ରାୟ ୧୪ ରୁ ୧୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି । ଏତେ ପରିମାଣର ଚାଉଳ ହେରଫେର ହୋଇଥିବା ଜଣା ପଡିବା ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥାନାରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । Advertisement
5T ପଦକ୍ଷେପ- ବିବାହ, ଅନ୍ତିମ ସଂସ୍କାର ଏବଂ ଜରୁରୀକାଳୀନ ଭ୍ରମଣ ପାସ୍ ପାଇଁ ମିଳିବ ଇ-ଅନୁମତି ଅନୁଗୁଳ – ସରକାରୀ ସେବାର ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ଅନୁଗୁଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଇ-ପରମିସନ୍ ମଡ୍ୟୁଲ୍ ଆରମ୍ଭ କରିଛି ।…
ଫାଶ ପକାଇ ମାରିଦେଲେ ଦନ୍ତା ହାତୀ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ଆଠମଲ୍ଲିକ କିଆକଟାର ମୁଣ୍ଡାପଡା ଗାଁ ନିକଟରେ ହାତୀ ମରିଥିବା ଆଜି ସକାଳେ…
ସରିଲା ତାଳଚେରର ଗଣପର୍ବ ଗଣେଷ ପୂଜା – ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରୁ ଆଜି(ଶନିବାର) ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା…