ଅପରାଧମୁଖ୍ୟ ଖବର ଚୋରା କୋଇଲା ଖଣିରେ ଚଢାଉ , ଦୁଇ ମିନି ଟ୍ରକ ,ବୋଲେରୋ ସହ ୮ ଗିରଫ Angul OnlineFebruary 3, 2021February 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ବ୍ୟାପକ ଚୋରା କୋଇଲା ଖଣି ଥିବା ସହିତ ସେଥିରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଚୋରା କୋଇଲା ଚାଲାଣ କରାଯାଉଛି । ଛେଣ୍ଡିପଦା ଥାନା ବାହାଳସାହି ଅଞ୍ଚଳରେ ଏହି କୋଇଲା ଚୋରା ଚାଲାଣ ହେଉଥିବା ଖବର ପାଇ ବୁଧବାର ଉକ୍ତ ଚୋରା ଖଣି ଅଞ୍ଚଳରେ ଅନୁଗୁଳ ସ୍ପେଶାଲ ସ୍କ୍ବାର୍ଡ ଓ ଛେଣ୍ଡିପଦା ପୁଲିସ ଚଢ଼ାଉ କରିଥିଲେ । ଚଢାଉ ବେଳେ କୋଇଲା ବୋଝେଇ ୨ ଟି ମିନିଟ୍ରକ ସହିତ ପାଇଲଟିଂରେ ବ୍ୟବହାର ହେଉଥିବା ଏକ ବୋଲେରୋ ଗାଡି ଓ ଏକ ମଟରସାଇକେଲକୁ ଜବତ କରିଥିଲା । ଏହା ସହ ଏହି କୋଇଲା ଖଣି ଓ ଚାଲାଣରେ ସମ୍ପୃକ୍ତ ୮ ଜଣଙ୍କୁ ଗିରଫ କରିବାକୁ ମଧ୍ୟ ସକ୍ଷମ ହୋଇଥିଲା । ଏନେଇ ଛେଣ୍ଡିପଦା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ହେଲେ ଛେଣ୍ଡିପଦା ଥାନା ନୁଆଗାଁର ଦିନବନ୍ଧୁ ବେହେରା(୪୦) , ଅଞ୍ଚଳ ମହାରଣା(୨୪) , ଅକ୍ଷିଳ ମହାରଣା(୨୨) , ଅଜୟ ବେହେରା(୨୨) , ବାହାଳସାହିର ନରୋତ୍ତମ ବେହେରା(୨୯) , ମାମୁରିଆ ଗାଁର ପବିତ୍ର ମୋହନ ନାଏକ(୩୫) , ଅନୁଗୁଳ ଥାନା ବେଲସୁଣ୍ଠା ଗ୍ରାମର ମେଘ ଭୋଇ(୨୪) ଓ ଗଗନ ବେହେରା(୨୨) । ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି । Advertisement
୧୧ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ବ୍ରାଉନସୁଗାର ବେପାର କରିବାକୁ ଗରାଖ ଅପେକ୍ଷାରେ ଥିବା ବେଳେ ଜଣେ ବେପାରୀକୁ…
ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ…
ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ…