ଅପରାଧ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ Angul OnlineAugust 25, 2023August 25, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ , ନିଃସହାୟ ମହିଳାଙ୍କୁ ଇସ୍ୟୁରାନ୍ସ କରାଇ ଦେବାର ପ୍ରଲୋଭନ ଦେଖାଇ ବିଳମ୍ବିତ ରାତିରେ ତାଙ୍କ ଠାରୁ ୪୫୦୦ ଟଙ୍କା ଓ ମୋବାଇଲ୍ ଲୁଟି ନେଇ ଦୁର୍ବୃତ୍ତ ଜଣଙ୍କ ପଳାଇ ଯାଇଛି । ଟଙ୍କା ଓ ମୋବାଇଲ୍ ହରାଇ ରାତି ସାରା ଅସହାୟ ହୋଇ ଡାକ୍ତରଖାନାରେ ବୁଲିବା ପରେ ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତାଳଚେର କଙ୍କିଳି ଗ୍ରାମର ନିଳିମା ସାହୁ ପୁଅର ଦେହ ଅସୁସ୍ଥ ଥିବାରୁ ସ୍ଵାମୀଙ୍କ ସହ ପୁଅଙ୍କୁ ଧରି ଗୁରୁବାର ସନ୍ଧ୍ୟାରେ ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଅର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାମୀ-ସ୍ତ୍ରୀ ଗୁରୁତର ପୁଅକୁ ଧରି ରାତି ପ୍ରାୟ ୧୧ଟା ବେଳକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ସେମାନଙ୍କ ପାଖକୁ ଆସି ସ୍ୱାମୀ-ସ୍ତ୍ରୀଙ୍କ ସରଳତାକୁ ଦେଖି ୬୫୦୦ ଟଙ୍କା ଦେଲେ ୮୫ ହଜାର ଟଙ୍କାର ଇନ୍କ୍ୟୁରାନ୍ସ ଟଙ୍କା କରାଇ ଦେବ ବୋଲି ଲୋଭ ଦେଖାଇଥିଲା । ତେବେ ଦମ୍ପତ୍ତି ଏଥିରେ ରାଜି ନହେବାରୁ ଠକ ସେମାନଙ୍କ ସାମ୍ନାରେ ଏକାଧିକ ଲୋକଙ୍କୁ ଫୋନ୍ କରି ବିଶ୍ବାସ ଜନ୍ମାଇଥିଲା । ଗାଁ ସରପଞ୍ଚଙ୍କ ପରିଚିତ ବୋଲି ଜାଣି ଦମ୍ପତି ତାକୁ ବିଶ୍ବାସ କରିଥିଲେ । ପାଖରେ ଥିବା ୪୫୦୦ ଟଙ୍କା ଦେଇଥିଲେ । ବଳକା ୨ ହଜାର ଟଙ୍କା ଠକ ନିଜ ହାତରୁ ଦେଇ ଇସ୍ୟୁରାନ୍ସ କରାଇ ଦେବ ବୋଲି କହିଥିଲା । ଏମିତିକି ଦମ୍ପତ୍ତିଙ୍କ ଠାରୁ ସେମାନଙ୍କ ମୋଟାଇଲ୍ ମାଗି ନେଇଥିଲା । ସକାଳେ ଦିଦି ଆସିବା ପରେ ଇନସୁରାନ୍ସ ମିଳିବ କହି ଦମ୍ପତ୍ତିଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ତଥ୍ୟ ଆଦି ନେଇଥିଲା । ତେବେ ବିଳମ୍ବିତ ରାତିରେ ଠକ ଜଣଙ୍କ ମଉକା ଦେଖି ଫେରାର ହୋଇ ଯାଇଥିଲା । ପରେ ଦମ୍ପତ୍ତି ଠକକୁ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । Advertisement
ହୋଟେଲ ଭିତରେ ଯୁବକଙ୍କ ଆତ୍ମହତ୍ୟା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟାରୀ ଥାନା ହାଣ୍ଡିଧୂଆଁ ସ୍ଥିତ ଏକ ଘରୋଇ ହୋଟେଲ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ…
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଡେରେଜାଙ୍ଗ ଡ୍ୟାମ ନିକଟରୁ ଆଜି ବିଲମ୍ବିତ ରାତିରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ…