ମୁଖ୍ୟ ଖବର ସ୍କୁଟି-ବୁଲେଟ ଧକ୍କା – ଜଣେ ମୃତ Angul OnlineAugust 25, 2023August 25, 2023 ଅନୁଗୁଳ – ଅନୁଗୁଳ ସହରର ନରାୟଣ ସାଗର ସମ୍ମୁଖ ହେଲଥ କରିଡର ରାସ୍ତାରେ ସ୍କୁଟି-ବୁଲେଟ ମଧ୍ୟରେ ଧକ୍କା ହେବା ଫଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଖଲାରୀ ଗ୍ରାମର ହେମନ୍ତ ସାହୁ । ସୂଚନା ଅନୁସାରେ, ସହରର ଏକ ଡ୍ରେସ ଦୋକାନରେ କାମ କରୁଥିବା ହେମନ୍ତ ଶୁକ୍ରବାର ସକାଳେ ଡ୍ରେସ ଦୋକାନକୁ ନିଜ ସ୍କୁଟିରେ ଆସୁଥିଲେ । ନାରାୟଣ ସାଗର ସମ୍ମୁଖରେ ସାମ୍ନାରୁ ଆସୁଥିବା ଏକ ବୁଲେଟ୍ ତାଙ୍କୁ ଧକ୍କା ଦେଇଥିଲା । ହେମନ୍ତ ରାସ୍ତା ଉପରେ ଛିଟିକି ହୋଇ ପଡ଼ି ଯାଇଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ହେମନ୍ତଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । କଟକ ନେବା ରାସ୍ତାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପଟେ ବୁଲେଟ୍ ଆରୋହୀଙ୍କ ମୁଣ୍ଡ ପାଟିଥିବା ବେଳେ ସେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ଥିତ ଦେଉଛନ୍ତି । Advertisement
ଦଶହରାରୁ ଦୀପାବଳୀ – ମାଇକ ଓ ବାଣ ଉପରେ କଟକଣା ଅନୁଗୁଳ – ଆସନ୍ତା ପୂଜା ପର୍ବାଣୀରେ ଉଚ୍ଚ ସ୍ବରରେ ମାଇକ ବାଜିବା ଓ ବାଣ ଫୁଟିବା ଉପରେ ଲାଗିଲା ଲଗାମ । ଆସନ୍ତା ଦୁର୍ଗାପୂଜା , ଲକ୍ଷ୍ମୀ…
ଚତୁର୍ଥୀ ଦିନ ପୁରୁଣା ପ୍ରେମିକ ସହିତ ବିବାହ ପାଇଁ ଜିଦ ଧରିଲେ ନୁଆଁ ବୋହୁ – ହଟହଟା ହେଲେ ଦୁଇ ପରିବାର ତାଳଚେର – ରୋଷଣୀ କରି ବରଯାତ୍ରୀ ଧରି ମନ୍ଦିରରେ ହେଲା ବିବାହ । ହେଲେ ଶାଶୁ ଘରକୁ ନ ଯାଇ ଥାନା କୁ ଗଲେ ନୂଆଁ ବୋହୂ…
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଅନୁଗୁଳ – ଫ୍ୟାନରେ ଝୁଲି ମହିଳାଙ୍କ ଆତ୍ମହତ୍ୟା । ସୂଚନା ଅନୁଯାୟୀ ବଅଁରପାଳ ବ୍ଲକ କୁଲାଡ଼ ଗ୍ରାମର ଝୁନି ଅମାନ୍ତ ୨୨ବର୍ଷ ତଳେ କାଣ୍ଡସର ଗ୍ରାମରେ ବିବାହ…