ଟି ସୌରି ଙ୍କୁ ପ୍ରତିଭା ସମ୍ମାନ – ନିଜ ଗିତରେ ଦର୍ଶକଙ୍କୁ କଲେ ବିଭୋର

ଅନୁଗୁଳ – ଅନୁଗୁଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାର ଦ୍ଵାରା , ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାଘରଠାରେ ଦୁଇଦିନିଆ ବୋଇତ ବନ୍ଦାଣ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଉଦଯାପିତ୍ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି, ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବରଣେୟନ୍ଦୁ ମହାନ୍ତି ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ଟି ସୌରି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ।କଳାକାରର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ସ୍ବାଗତ ଅଭିଭାଷଣ ରଖିଥିଲେ।ଓଡ଼ିଆ ଭାଷା ସାହିତ୍ୟ କୁ ବଞ୍ଚେଇ ରଖିବାକୁ କଳାକାର ତାର ନିରନ୍ତର ପ୍ରୟାସ ଜାରି ରହିବ ବୋଲି କହିଥିଲେ ସମ୍ପାଦକ ବିଭୂତି ଭୂଷଣ ମହାପାତ୍ର ସଂପାଦକୀୟ ପାଠ କରିଥିଲେ।ଅତିଥି ମାନଙ୍କ ଦ୍ଵାରା କଳାକାର ସମ୍ପାଦିତ ସ୍ମରଣିକା ଉନ୍ମୋଚନ କରିଥିଲେ । ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ମୁଖ୍ୟ ଅତିଥି ସତ୍ୟ ବ୍ରତ (କୁନା) ତ୍ରିପାଠୀ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଅନୁପସ୍ଥିତ ରହିଥିଲେ।ସେ ଅଡିଓ ବାର୍ତା ରେ ଶୁଭେଛା ଓ ଶୁଭ କାମନା ଜଣାଇ ଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର କହିଥିଲେ ଓଡ଼ିଆ ସଂସ୍କୃତି ଐତିହ୍ୟ ପରମ୍ପରା କୁ ବହନ କରୁଛି ବୋଇତ ବନ୍ଦାଣ । ସାଧବ ପୁଅ ର ନୌବାଣିଜ୍ୟ କରିଯିବା ପରମ୍ପରା କୁ ଆଗାମୀ ପିଢ଼ି କୁ ଜଣେଇବାକୁ କଳାକାରର ଏ ଉଦ୍ୟମ ପ୍ରସଂଶନିୟ। ହଜାର ହଜାର ବର୍ଷ ପୁରୁଣା ଲୋକ ସଂସ୍କୃତି ବୋଇତ ବନ୍ଦାଣକୁ କଳାକାର ବଜାଇ ରଖି ଥିବାରୁ ତାଙ୍କୁ ଶ୍ରେୟ ଦେବାକୁ ପଡ଼ିବ ବୋଲି ସମ୍ମାନୀତ ଅତିଥି ନିଜ ଅଭିଭାଷଣ ରେ କହିଥିଲେ। ପରେ ପରେ କଳାକାର ସଦସ୍ୟ ମାନଙ୍କ ଦ୍ଵାରା ସଙ୍ଗୀତ ଓ ବୋଇତ ବନ୍ଦାଣ ନୃତ୍ୟ ନାଟକ ପରିବେଷଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ସୁନାମଧନ୍ୟ କଣ୍ଠଶିଳ୍ପୀ ଟି ସୌରି ଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଟି ସୌରି ନିଜର ହିଟ ଗୀତ ଗୁଡ଼ିକୁ ଗାଇ ଦର୍ଶକ ମାନଙ୍କର ମନୋରଞ୍ଜନ କରିଥିଲ। ପୂର୍ବ ରୁ ଆୟୋଜିତ ରଙ୍ଗୋଭର , ଚିତ୍ରାଙ୍କନ , ଓଡ଼ିଶୀ ନୃତ୍ୟ , ଦଳଗତ ଲୋକ ନୃତ୍ୟ ର ବିଜୟୀ ପ୍ରତି ଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରା ଯାଇଥିଲା।କଳାକାର ସଦସ୍ୟ ଡ.ବୈରାଗୀ ମଲ୍ଲିକ , ସୁଶ୍ରୀ ପ୍ରତ୍ୟୁଷା ରଥ , ହରମୋହନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ଉପ ସଭାପତି ବିରେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶରତ ମାଝୀ ,କ୍ଷୀରୋଦ ପାତ୍ର,ଇନ୍ଦିରା ଦାସ ,ଅନିତା ସିଂ ଦେଓ, ମନୋଜା ନାଏକ ରୁଚିର କୁମାର ବରାଳ,ସନ୍ତୋଷ କୁମାର ନାୟକ , ଅଜୟ କୁମାର ସାହୁ,ପ୍ରଶାନ୍ତ ରଥ, ଦେବବ୍ରତ ପଟ୍ଟନାୟକ,ବିଦେଶୀ ନାଏକ,ପ୍ରଫୁଲ୍ଲ ଦାସ ଙ୍କ ସମେତ କଳାକାରର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page