ମୁଖ୍ୟ ଖବର ବରା ଛାଣୁଥିବାବେଳେ ଲାଗିଲା ନିଆଁ , ୬ ବଖରା ଘର ପୋଡ଼ି ପାଉଁଶ Angul OnlineJanuary 22, 2021January 22, 2021 ତାଳଚେର – ତାଳଚେର ପୌରାଞ୍ଚଳ ଅନ୍ତର୍ଗତ କିଶୋରଗଞ୍ଜ ପାଟଣା ସାହିରେ ଆଜି ( ଶୁକ୍ରବାର) ଭୋର ସମୟରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାରର ୬ ବଖରା ଘର ପୋଡ଼ି ପାଉଁଶ ଯାଇଛି । ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ସେଠାରେ ଭଡାରେ ରହୁଥିବା ତିନି ପରିବାରର ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ କିଶୋରଗଞ୍ଜ ପାଟଣାରେ ଏକ ଚାଳଛପର ଘରେ କିଛି ଲୋକ ଭଡାରେ ରହୁଥିଲେ । ଜଣେ ଦହିବାର ବ୍ୟବସାୟୀ ଆଜି ଭୋର ସମୟରେ ବରା ଛାଣୁଥିବାବେଳେ ତେଲରେ ନିଆଁ ଲାଗି ତାହା ଚାଳ ଉପରକୁ ଉଠିଯିବାରୁ ଚାଳରେ ମଧ୍ୟ ନିଆଁ ଲାଗି ଯାଇଥିଲା । ଫଳରେ ସେଠାରେ ଭଡାରେ ରହୁଥିବା ସୁବାସ ଦାସ(୪୦), କାହ୍ନୁ ଚରଣ ସାହୁ (୫୫), ତୀରବ କୋର (୫୦) ଓ ସନ୍ତୋଷ ଦାସ (୪୫)ଙ୍କ ଘର ସଂପୁର୍ଣ୍ଣ ପୋଡିଯାଇଛି । ପରିବାରର ଆସବାପତ୍ର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ସକାଳୁ ଆଜି ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ ଘରେ ନିଆଁ ଲାଗିଛି । ଏହା ପରେ ତାଳଚେର ଅଗ୍ନିଶମ ବିଭାଗ ସୂଚନା ଦିଆଯାଇଥିଲା । ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ତେବେ ସେତେବେଳକୁ ଘର ଗୁଡ଼ିକରେ ଥିବା ଅନେକ ସାମଗ୍ରୀ ପୋଡ଼ିଯାଇଥିଲା । Advertisement
ବାହାଘର ଭୋଜି ଖାଇ ୩୪ ଜଣ ଅସୁସ୍ଥ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଟୁସର ଗ୍ରାମରେ ବାହାଘର ଭୋଜି ଖାଇ ୩୪ ଜଣ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହୋଇଛନ୍ତି…
ଥାନା ଭିତରେ ଜଳିଗଲା ଗାଡି ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ପରିସରରେ ଅଗ୍ନିକାଣ୍ତ ଆଜି ମଧ୍ୟାହ୍ନରେ ଏକ ଅଗ୍ନିକାଣ୍ଡ ଘଟି ଜବତ ଗାଡି ପୋଡି ଯାଇଥିବା ଜଣା ପଡିଛି ।…
ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଲ୍ହର ଛକ ନିକଟସ୍ଥ ଏକ ଫାଷ୍ଟ ଫୁଡ୍ ଦୋକାନରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ବେପାରରେ…