ଅପରାଧମୁଖ୍ୟ ଖବର ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା Angul OnlineJanuary 22, 2021January 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି ଗାନ୍ଧୀ ମାର୍ଗ , ହସପିଟାଲ ଛକ ଓ ବଜାର ଛକର ୨୫ ଟି ଦୋକାନ ଉପରେ ଏହି ଚଢାଉ କରା ଯାଇଥିବା ବେଳେ ଗୁଟଖା ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ଜୋରିମାନା କରା ଯାଇଥିଲା । ଏହି ୨୫ ଟି ଦୋକାନରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରା ଯାଇଥିଲା । ଏହି ଚଢାଉ ବେଳେ ଖାଦ୍ୟ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା , ଅନୁଗୁଳ ଥାନା ସବ-ଇନ୍ସିପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ସମେତ ୫ ଜଣିଆ ଟିମ ଏହି ଚଢାଉରେ ସାମିଲ ଥିଲେ । ଏହି ସବୁ ଦୋକାନରୁ ଜୋରିମାନା ଆଦାୟ କରିବା ସହ ଫୁଡ ଲାଇସେନ୍ସ କରିବାକୁ ତାଗିଦ କରାଯାଇଛି । Advertisement
ସାଙ୍ଗ ପରିଚୟ ଦେଇ ଟଙ୍କା ଠକେଇ ଅଭିଯୋଗରେ ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ସାଇବର ପୁଲିସ ଶୁକ୍ରବାର ୫୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ସୂଚନା ଅନୁସାରେ , ଅନୁଗୋଳ…
ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ବାୟାଣୀ ପିଠ ନିକଟସ୍ଥ ଫାକ୍ସନ ଠାରେ କେଟିଏମ ମୋଟରସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଜଣେ ଫାଇନାନ୍ସ କର୍ମଚାରୀଙ୍କ…
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…