ମୁଖ୍ୟ ଖବର ଷଣ୍ଢ ସହ ଧକ୍କା ହୋଇ ଯୁବକ ମୃତ Angul OnlineFebruary 2, 2022February 2, 2022 ଅନୁଗୁଳ – ଅନୁଗୁଳ ଗାନ୍ଧିମାର୍ଗ ହେମସୁରପଡ଼ା କବରଖାନା ନିକଟରେ ସୋମବାର ରାତି ପ୍ରାୟ ସାଢେ଼ ଦଶଟା ସମୟରେ ଷଣ୍ଢ ସହ ମୋଟରସାଇକେଲର ଧକ୍କା ହେବାରୁ ମୋଟରସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଅନୁଗୁଳ ରାଜକିଶୋରପଡ଼ା ଅଞ୍ଚଳର ଅନିଲ ମିଶ୍ର । ସେ ବସ ଷ୍ଟାଣ୍ଡରେ ଶୀତ ବସ୍ତ୍ର ବ୍ୟବସାୟ କରୁଥିଲେ । ସୂଚନା ଅନୁସାରେ ରାତିରେ ବଜାରରୁ ଘରକୁ ଫେରୁଥିବାବେଳେ ଷଣ୍ଢଟି ରାସ୍ତା ଆଗକୁ ଆସିଯିବାରୁ ଦୁର୍ଘଟଣା ହୋଇଥିଲା । ଷଣ୍ଢ ସହ ବାଡେଇ ହୋଇ ଅନିଲ ପାଖରେ ଥିବା ଏକ ଅଚଳ ଟ୍ରକରେ ବାଡେଇ ହୋଇଯାଇଥିଲେ । ଫଳରେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିଲା । ତେବେ ଦୁର୍ଘଟଣା ବେଳେ ଆଖ ପାଖରେ କେହି ନଥିବାରୁ ତାଙ୍କୁ ଡେରିରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଦୁର୍ଘଟଣା ପରେ ସହରରେ ଅସନ୍ତୋଷ ଦେଖା ଯାଇଛି । ସହରର ବିଭିନ୍ନ ରାସ୍ତା , ଛକ ବଜାର ଉପରେ ଦଳ ଦଳ ଗାଈଗୋରୁ ଶୋଇ ରହୁଥିବା ବେଳେ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର କରା ଯାଉ ନାହିଁ । ସେପଟେ କାଞ୍ଜିଆହୁଦା ନଥିବାରୁ ଗାଈ ଗୋରୁଙ୍କୁ ରଖା ଯାଉ ନାହିଁ । ଜାହ ଫଳରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଛି । ସେହିଭଳି ପାର୍କିଂ ବ୍ୟବସ୍ଥା ନଥିବାରୁ ସହର ବିଭିଇନ ରାସ୍ତା କଡ଼ରେ ଟ୍ରକ୍ ବସ ବେଆଇନ ଭାବେ ରଖା ଯାଇଛି । ଏହା ଦ୍ବାରା ରାସ୍ତା ସଂକୀର୍ଣ୍ଣ ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି । Advertisement
ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟରେ ୬୨ ରାଙ୍କ ରଖିଲେ ଅନୁଗୋଳର ଆଶାଜ୍ଯୋତି ଅନୁଗୋଳ – ସଦ୍ୟ ପ୍ରକାଶିତ ଓଏଏସ ପରୀକ୍ଷାରେ ଅନୁଗୋଳ ସହର ଶିମିଳିପଡାର ଆଶାଜ୍ୟୋତି ସାହୁ ୬୨ ରାଙ୍କ ରଖି ସଫଳତା ହାସଲ କରିଛନ୍ତି । ବାପା…
୨୦୨୭ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା ଅନୁଗୁଳ – କୋଲ୍ ଇଣ୍ଡିଆ ଲିଃ, ଗେଲ୍ ଇଣ୍ଡିଆ ଲିଃ, ରାଷ୍ଟ୍ରୀୟ କେମିକାଲ୍ ଆଣ୍ଡ ଫର୍ଟିଲାଇଜର୍ ତଥା ଏଫ୍ସିଆଇ ସହଯୋଗରେ ପରିଚାଳିତ ହେଉଥିବା ତାଳଚେର ସାର କାରଖାନାରେ…
୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା…