ମୁଖ୍ୟ ଖବର ୧୨ ଘଣ୍ଟିଆ ପାଲଲହଡା ବନ୍ଦ Angul OnlineAugust 23, 2022August 23, 2022 ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ କରା ଯାଇଛି । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେବ । ଏ ବନ୍ଦ ଡାକରାକୁ ବିଜେଡି, ବିଜେପି, କଂଗ୍ରେସ, ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ ଓ ସମସ୍ତ ପୂଜା କମିଟି ସମେତ ଜନସାଧାରଣଙ୍କର ସମର୍ଥନ ମିଳିଛି । ବନ୍ଦ ବେଳେ ପାଲଲହଡ଼ା ଉପକଣ୍ଠ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଲୋକେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି । ଏହା ସହ ପାଲଲହଡ଼ାର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ସମସ୍ତ ଯାନବାହନ ଓ ସରକାରୀ କାର୍ଯ୍ୟାଳୟ ଓ ବେସରକରୀ କାର୍ଯ୍ୟାଳୟ ବନ୍ଦ ରହିଛି । ଖମାରଠାରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ବନ୍ଦପାଳନ ଜାରି ରହିଛି । ବନ୍ଦ କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି Advertisement
ଆମ୍ବ ଗୋଟାଇବା ହେଲା କାଳ – ବଜ୍ରପାତରେ ନାବାଳକ ସମେତ ଦୁଇ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଜ୍ରକୋଟ ପଞ୍ଚାୟତ ଗୁଣ୍ଡୁରୀ ଗ୍ରାମରେ ଅଘଟଣ ଘଟିଯାଇଛି l ଗୁରୁବାର ଅପରାହ୍ନରେ ଝଡ଼ତୋଫାନ ବେଳେ ଗ୍ରାମର ତିନି ଜଣ…
ମୋବାଇଲରେ ଗପୁଥିବା ବେଳେ ଟଳି ପଡିଲେ ମହିଳା ପାଲଲହଡା – ମୃତ୍ୟୁ ଏମିତି ବି ଆସେ । ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ମହିଳା ମୋବାଇଲରେ ବସି କଥା ହେଉଥିବା ବେଳେ…
ଢାବା ମାଲିକଙ୍କୁ ଅପହରଣ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ପଞ୍ଚାୟତର ଶିତରାସାହି ଠାରେ ଥିବା ଢ଼ାବା ମାଲିକଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି l…