ମୁଖ୍ୟ ଖବର ଗାଡିଆରେ ପଡି ଶିଶୁ ମୃତ Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ହରିଡାଗୁଡ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଗାଡିଆରେ ପଡି ଜଣେ ୨ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଜିତେନ୍ଦ୍ର ଦେହୁରିଙ୍କ ଦୁଇ ବର୍ଷୀୟ ଶିଶୁପୁତ୍ର ପ୍ରିୟାନ୍ସୁ ଦେହୁରି ବାଡିରେ ଖେଳୁଥିଲେ । ସେତେବେଳେ ତାଙ୍କ ପରିବାର ଲୋକ ଘରେ କାମ କରୁଥିଲେ । ତେବେ କିଛି ସମୟରେ ପରିବାର ଲୋକ ଆସି ଦେଖିବା ବେଳେ ପ୍ରିୟାନ୍ସୁକୁ ପାଇ ନଥିଲେ । ଖୋଜାଖୋଜି ବେଳେ ଗାଡିଆରେ ପଡିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଉଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
ଜେଜେବାପାଙ୍କ ସ୍ଵପ୍ନ ପୂରଣ କରିଛି – ସୌମ୍ୟରଞ୍ଜନ , ଅନୁଗୁଳର ପୁଅ ସିଭିଲ ସର୍ଭିସରେ କୃତକାର୍ଯ୍ୟ ଅନୁଗୁଳ – ୨୦୨୧ ମସିହାର ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି ୬୮୫ ଜଣ । ୬୮୫ ପଦବୀରେ କୃତକାର୍ଯ୍ୟ…
ଓକିଲ ସଂଘ କର୍ମକର୍ତ୍ତା ନୀର୍ବାଚିତ ଅନୁଗୁଳ – ଓଡିଶା ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ପରିଚାଳିତ ହୋଇଥିବା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି l ଅନୁଗୁଳ ଓକିଲ…
କେନାଲ ରେ ବୁଡି ବୃଦ୍ଧ ମୃତ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଧରମପୁର ଗ୍ରାମର କେନାଲରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଟଙ୍କଧର ନାଏକ…