ରାଜନୀତି ଚତୁର୍ଥ ଥର ପାଇଁ ରାଜୀବ ଛାତ୍ର ବିଜେଡି ସଭାପତି Angul OnlineAugust 23, 2022August 23, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଛାତ୍ର ବିଜେଡି ସଭାପତି ଭାବେ ରାଜୀବ ଲୋଚନ ଦାସ ପୁଣିଥରେ ମନୋନୀତ ହୋଇଛନ୍ତି । ଦଳର ସୁପ୍ରିମୋ ଚତୁର୍ଥ ଥର ପାଇଁ ତାଙ୍କ ଉପରେ ଆସ୍ଥା ରାଖୀ ଏହି ଦାୟିତ୍ଵ ଦେଇଥିବା ବେଳେ ଏଥପାଇନ ସେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀରଞ୍ଜନ ତ୍ରିପାଠୀ , ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ , ସାଂସଦ ମହେଶ ସାହୁ , ସମ୍ବଲପୁର ଓ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ ଦଳର କାର୍ଯ୍ୟଶୈଳୀକୁ ଅନୁସରଣ କରି ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ରାଜୀବ କହିଛନ୍ତି । ସୂଚନା ଅନୁସାରେ ରାଜୀବ ୨୦୦୮ରୁ ୨୦୧୨ ଯାଏଁ ମ୍ୟୁନିସିପାଲଟିର ସଭାପତି , ୨୦୧୨ରୁ ଜିଲ୍ଲା ସଭାପତି , ୨ ଥର ସମିତି ସଭ୍ୟ ଭାବେ କାର୍ଯ୍ୟ କରିଛନ୍ତି । Advertisement
ଏବିଭିପିର ରାଜ୍ୟ ଅଧିବେଶନ ଅନୁଗୁଳରେ ହେବ ଅନୁଗୁଳ – ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଚଳିତ ବର୍ଷ ଏବିଭିପିର ୪୭ ତମ ରାଜ୍ୟ ଅଧିବେଶନ ଆସନ୍ତା ଡ଼ିସେମ୍ବର ୨୩ , ୨୪…
ଦିନରେ ଲଣ୍ଠନ ଦେଖାଉଛନ୍ତି କେନ୍ଦ୍ର ସରଜାର – ଭିକେ ପଣ୍ଡିୟାନ ଅନୁଗୁଳ – ଅନୁଗୁଳରେ କାର୍ତ୍ତିକ ପାଣ୍ଡିଆନ । ଗତକାଲି ପାଲଲହଡା ନିର୍ବାଚନ ମଣ୍ଡଳୀର ରେଙ୍ଗାଲି ଓ ପରେ ତାଳଚେର ନିର୍ବାଚନ ମଣ୍ଡଳୀର କୋଳିୟାରୀ ପଡିଆ ଠାରେ ସାଧାରଣ…
ବିଶ୍ୱରଞ୍ଜନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ନିର୍ବାଚିତ ଅନୁଗୋଳ – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସମସ୍ତ ପଦବୀ ନିମନ୍ତେ ସାଙ୍ଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ ଅନୁଗୋଳ ଜିଲ୍ଲା…