ମୁଖ୍ୟ ଖବର କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା Angul OnlineOctober 1, 2022October 1, 2022 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠର ସୁସୁଡା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଜଣେ କଲେଜ ଛାତ୍ରୀ ବେକରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ କଲେଜ ଛାତ୍ରୀ ସେହି ଗ୍ରାମର ଯୋଗେନ୍ଦ୍ର ନାଏକଙ୍କ ଝିଅ ଦେବସ୍ମିତା ନାଏକ ବୋଲି ଜଣାପଡ଼ିଛି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସ୍ ତଦନ୍ତ ଚଳାଇଛି । ପ୍ରାପ୍ତ ସୂଚନା ମୁତାବକ , ଦେବସ୍ମିତା ଅନୁଗୁଳ ଜୁନିୟର କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ସେ ଆଜି ଅପରାହ୍ନ ୩ଟା ବେଳେ ପାଇଖାନା ଯାଇଥିଲେ । ମାତ୍ର ଦୀର୍ଘ ସମୟ କବାଟ ନଖୋଲିବାରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପାଇଖାନା କବାଟ ଖୋଲି ଦେଖିବା ବେଳକୁ ପାଇଖାନାର ଆଜବେଷ୍ଟସ ପାଇପ୍ରେ ସେ ନିଜ ଓଢ଼ଣୀରେ ଝୁଲୁଥିବା ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । Advertisement
୨ ମିନିଟ ୨୫ ସେକେଣ୍ଡରେ ୧୯୫ ଦେଶ ଓ ତାର ରାଜଧାନୀ ନାଁ କହି ରେକର୍ଡ କଲେ ସ୍ନେହାଳି ତାଳଚେର – ୨ ମିନିଟ ମାତ୍ର ୨୫ ସେକେଣ୍ଡ । ସେହି ୨ ମିନିଟ ୨୫ ସେକେଣ୍ଡରେ ବିଶ୍ବର ୧୯୫ଟି ଦେଶର ନାମ ଏବଂ ତା’ର ରାଜଧାନୀ…
ସ୍କ୍ରବ୍ ଟାଇଫସ୍ରେ ଯୁବକଙ୍କ ମୃତ୍ୟୁ !! ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ସାନବାଘଧରି ଗାଁରେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ିଛି। ଏହି ରୋଗରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା…
ଚାଲିଲା ଏନଟିପିସି ଟିଟିପିଏସ ଅନୁଗୁଳ – ଗତ ୨୩ ତାରିଖରେ ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସ ବନ୍ଦ ହୋଇ ଯାଇଥିବାବେଳେ ଆଜି ପୁଣି ଏହା ଚାଲୁ ହୋଇଛି । ପ୍ଲାଣ୍ଟର…