ମୁଖ୍ୟ ଖବର ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ Angul OnlineMay 19, 2022May 19, 2022 ଅନୁଗୁଳ – ଅନୁଗୁଳ ଜିଲ୍ଳା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ବସ ଷ୍ଟାଣ୍ଡ , ବଜାର , ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲିଥିବା ବିଭିନ୍ନ ଚା , ଜଳଖିଆ , ଲସି ଦୋକାନ ଉପରେ ଚଢ଼ାଉ କ୍ରାଯାଇଥିଲା । ଚଢାଉ ବେଳେ ଏହି ସବୁ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବା ସହ ଫୁଡ଼ ଲାଇସେନ୍ସ ଜାଞ୍ଚ କରା ଯାଇଥିଲା । ଯେଉଁ ମାନେ ଲାଇସେନ୍ସ କରି ନାହାନ୍ତି ସେମାନଙ୍କୁ ଲାଇସେନ୍ସ କରିବାକୁ ପରାମର୍ଶ ଦିଆ ଯାଇଥିଲା । ଯେଉଁ ଦୋକାନୀ ମାନେ ପୂର୍ବରୁ ତାଗିଦ ସତ୍ୱେ ଲାଇସେନ୍ସ କରିନଥିଲେ ତଥା ଅସ୍ଵାସ୍ଥ୍ୟକର ଓ ଅପରିଷ୍କାର ପରିବେଶରେ ଖାଦ୍ୟ ବିକ୍ରି କରୁଥିଲେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା । ଜିଲ୍ଳା ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡା ଧନଞ୍ଜୟ ବେହେରା , ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରାଙ୍କ ନେତୃତ୍ତ୍ୱରେ ଏହି ଚଢ଼ାଉ କରାଯାଇଥିଲା । Advertisement
ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ – ସ୍ନାତକରେ ୨ ଓ ପିଜିରେ ୧୦ ନୂଆ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲାର ସର୍ବପୁରାତନ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଗୌରବମୟ ଇତିହାସ ପୃଷ୍ଠାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି…
କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା…
ବଜ୍ରପାତରେ ନାବାଳକ ମୃତ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଶିଙ୍କୁଳାପାଟ ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ ଶିଙ୍କୁଳାପାଟ ଗ୍ରାମର…