ମୁଖ୍ୟ ଖବର କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ Angul OnlineApril 20, 2021April 20, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ପୁରୁଣା କଟକ ରାସ୍ତାରେ କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ କାର ହଠାତ ଭାରସାମ୍ୟ ହରାଇ ଏକ ଗଛ ଏବଂ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ଗାଡି ଚଲାଉଥିବା ଲକ୍ଷ୍ମଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ଗାଡ଼ିରେ ଥିବା ଲକ୍ଷ୍ମଣଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳଯରେ ଭର୍ତ୍ତୀ କରିଥିଲେ । ଖବର ପାଇ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି । ମୃତାହତ ମାନେ ସମ୍ବଲପୁର ଜିଲ୍ଲାରେ ହୋଇଥିବା ଜଣାପଡିଛି । Advertisement
ପାତ୍ରପଡା ବାୟାଣୀ ପୀଠ ଜଗନ୍ନାଥ ମନ୍ଦିରରୁ ୪ଟି ମୟୁର ଓ ଗୋଟିଏ ଚଉସିଂହା ଜବତ ଛେଣ୍ଡିପଦା -ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡା ମା ବାୟାଣୀ ପୀଠ ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରୁ ବନବିଭାଗ ୪ଟି ମୟୁର ଓ ଗୋଟିଏ ଚୌସିଂହାକୁ…
୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡା ଠାରେ ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଓ ଉପକାରାଗାର ସ୍ଥାନାନ୍ତରଣ ଦାବିରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା…
ଟ୍ରକ ଧକ୍କାରେ ମହିଳାଙ୍କ ମୃତ୍ଯୁ ଅନୁଗୁଳ – ଜାତୀୟ ରାଜପଥ ୧୪୯ ରେ ଟ୍ରକ୍ ଦୁର୍ଘଟଣାରେ ଜଣେ ନର୍ସଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ , ବଅଁରପାଳ ଡାକ୍ତରଖାନାରେ ଅସ୍ଥାୟୀ ନର୍ସ…