ଅପରାଧ ୪ ଲୁଟେରା ଗିରଫ – ବନ୍ଧୁକ , ଗୁଳି ଓ ସୁନା ଜବତ Angul OnlineJuly 24, 2021July 24, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ପୁଲିସର ନିଦ ହଜାଇ ଦେଇଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ କାବୁ କରି ପାରିଛି । ଗତକାଲି (ଶୁକ୍ରବାର) ବାଇପାସ୍ ଛକଠାରେ ନାକା ବନ୍ଦି କରୁଥିବା ସମୟରେ ଦୁଇଜଣ ଯୁବକ ଦୃତ ଗତିରେ ଏକ ଗାଡ଼ିରେ ଆସି ନାକାକୁ ଭେଦକରି ପଳାଇ ଯାଉଥିଲେ । ଏହି ସମୟରେ ଜଣେ ଯୁବକକୁ ପୁଲିସ୍ ଧରିବାରେ ସମର୍ଥ ହୋଇଥିଲା । ତାର ପାଖରୁ ଏକ ପିସ୍ତଲ ସହିତ ଏକ ଜୀବନ୍ତ ଗୁଳି ପାଇବା ପରେ ତାକୁ ଅଧିକ ପଚରାଉଚୁରା କରିଥିଲା । ଏହି ପଚରାଉଚୁରା ବେଳେ ଗତ ୧୮ ତାରିଖରେ ହୋଇଥିବା ସୁନା ଚେନ୍ ଚୋରି କରିଥିବା କଥାକୁ ସ୍ଵୀକାର କରିଥିଲା । ଏହା ସହ ଚୋରିରେ ସଂପୃକ୍ତ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କ ସମପରକରେ ପୁଲିସ ସୂଚନା ପାଇ ସେମାନଙ୍କୁ ମଧ୍ୟ ଗିରଫ କରିବାରେ ସମର୍ଥ ହୋଇଥିଲା । ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ତତ୍ୱାବଧାନରେ ଏସ୍.ଆଇ. ବିପ୍ଳବ ସାହୁ, ମନୋହର ପାତ୍ର ଓ ତାଳଚେର ଥାନା ପୁଲିସ୍ ବିଭିନ୍ନ ଜାଗାରେ ଛାନଭିନ୍ କରି ଏହି ଚୋରମାନଙ୍କୁ ଧରିବା ସହିତ ଚୋରି ସୁନା ଉଦ୍ଧାର କରିଥିଲେ । ତାଳଚେର ପୁଲିସ ଧରମପୁର ଗ୍ରାମର କମଳି ଓରଫ କମଳକାନ୍ତ ମହାପାତ୍ର , ବଲାସିଂହା ଗ୍ରାମର ମନୋଜ ବେହେରା ଓ ସାମନ୍ତ ପ୍ରଧାନ ଏବଂ ଟାଇସିଙ୍ଗା ଗ୍ରାମର ଅଜୟ କୁମାର ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ , ଗୁଳି ଓ ସୁନା ଜବତ କରିଛି । Advertisement
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ପାଲଲହଡା – ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ । ଏଭଳି ଘଟଣା ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ବରଡ଼ିହ ପଞ୍ଚାୟତ ଅନ୍ତର୍ଗତ ଖଡକା ଗ୍ରାମରେ ଘଟିଛି…
ନକଲି ତେଲ କାରଖାନା ଠାବ – ୪ ଜଣଙ୍କୁ ଅଟକ ରଖିବା ସହ ସିଲ ହେଲା ଫ୍ୟାକ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ମହକୁମାର ଅତି ନିକଟରେ ଏକ ନକଲି ପାମୋଲିନ ତେଲ କାରଖାନା ଠାବ କରାଯାଇଛି । ଆଜି ଅନୁଗୁଳ ପୋଲିସର ସ୍ପେସିଆଲ…
ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ବଅଁରପାଳ ଥାନା ଅଞ୍ଚଳର ଏକ ବଳାତ୍କାର ମାମଲାରେ ଆଡ୍ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର୍…