ଅପରାଧ କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣ ଗିରଫ Angul OnlineJuly 13, 2023July 13, 2023 ଅନୁଗୋଳ – ଅନୁଗୋଳ ସଦର ଥାନା ପୁଲିସ ଗୁରୁବାର କୋଇଲା ଚୋରା ଚାଲାଣ ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଛେଳିଆପଡ଼ା ଛକଠାରେ ଭୋର ୫ଟା ସମୟରେ ଚକି ବସିଥିବା ବେଳେ ଏକ ବଡ଼ ଅଟୋ(ଓଡି୦୬ଇ- ୩୭୪୬)ରେ ପ୍ରାୟ ଅଢ଼େଇ ଟନ୍ ଚୋରା କୋଇଲା ବୋଝେଇକରି ଅନୁଗୁଳ ଆଡ଼ୁ ହିନ୍ଦୋଳ ଆଡ଼କୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଜଣା ପଡ଼ିଲା ଯେ ଅଟୋରେ ଚୋରା କୋଇଲା ବୋଝେଇ ହୋଇଛି। ଅଟୋ ଚାଳକ ହିନ୍ଦୋଳ ଥାନା ଅନ୍ତର୍ଗତ ବାଙ୍ଗୁ ଗାଁର ବାବୁଲା ସାହୁ(୩୨) ଓ ଖଲାସୀ ବାଲିମି ଥାନା ଅନ୍ତର୍ଗତ ଠକର ଗାଁର ବାପି କୁମାର ମାଝୀ(୪୦) ଅଟୋ ମାଲିକ ବାଲିମି ଗାଁର ନୀଳକଣ୍ଠ ଦାସଙ୍କ ନିର୍ଦ୍ଦେଶରେ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ବସନ୍ତ ସାହୁ(୫୫)ଙ୍କଠାରୁ ଚୋରା କୋଇଲା ନେଇ ଯାଉଥିଲେ। ଏ ନେଇ ପୁଲିସ ଏକ ମାମଲା ରୁଜୁକରି ଚାଳକ ଓ ଖଲାସୀଙ୍କ ସହ ମାଲିକ ନୀଳକଣ୍ଠ ଓ ଚୋରା କୋଇଲା ଯୋଗାଣକାରୀ ବସନ୍ତଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ସେହିଭଳି ପୁଲିସ ନତଡ଼ା ଗାଁଠାରେ ଏକ ବାଇକ୍(ଓଡି୩୫ଡି- ୮୮୬୩)ରେ ପ୍ରାୟ ୩ କ୍ବିଣ୍ଟାଲ ଚୋରା କୋଇଲା ନେଇ ଯାଉଥିବା ଅଭିଯୋଗରେ ଗୋପାଳପ୍ରସାଦ ଗାଁର ବିଭୁ ଗୋଚ୍ଛାୟତ(୨୬)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। Advertisement
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ ଘଟଣା – ଥାନାରେ ଅଭିଯୋଗ କଲେ ବିଧାୟକ ଅନୁଗୁଳ – ରାତି ଅଧରେ ଜଣେ ଯୁବତୀ ଆସି ବିଧାୟକଙ୍କ ଘରେ ରହିବା, ଯୁବତୀଙ୍କୁ ନେଇ ପରିବାର ଲୋକ ହଟ୍ଟଗୋଳ କରିବାରୁ ବିଧାୟକ କାର୍ନାମା ସଂପର୍କରେ ଚର୍ଚ୍ଚା…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଣ୍ଡି ଆଗରେ ଯୁବକଙ୍କୁ ନିସ୍ତୁକ ମାଡ଼ – ପୁଲିସ ସାଜିଲା ଦେଖଣାହାରୀ ଅନୁଗୁଳ – ରୋଗୀଙ୍କ ସମ୍ପର୍କୀୟଠାରୁ ଟଙ୍କା ଠକେଇ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା । ଧରା ପଡ଼ିବା ପରେ ନିସ୍ତୁକ ପିଟିଲେ ଲୋକ । ଅନୁଗୁଳ ଜିଲ୍ଲା ମୁଖ୍ୟ…
ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ଲକ୍ଷାଧିକ ଟଙ୍କା ଲୁଟ୍ ଅନୁଗୁଳ – ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ୧ ଲକ୍ଷ ୩୩ ହଜାର ଟଙ୍କା ଲୁଟ୍ ହୋଇଛି ।…